Odisha Link
Bridging the Missing Links in Odisha

POKକୁ ହଟାଇ ଚର୍ଚ୍ଚାରେ ଆସିଲେ ଶଶି ଥରୁର୍‌

ଥିରୁଅନନ୍ତପୁରମ୍‌: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ପାଇଁ ମହଙ୍ଗା ପଡ଼ିଛି। କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନକୁ ନେଇ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ପାକ୍‌ ଅଧିକୃତ କାଶ୍ମୀର(POK) ଭାରତର ଏକ ଅଙ୍ଗ ବୋଲି ଦର୍ଶାଯାଇ ନ ଥିଲା। ଏହି ଟ୍ୱିଟ୍‌ ପରେ ଶ଼ଶି ଚର୍ଚ୍ଚାରେ ଆସିଛନ୍ତି। ଏ ନେଇ ବିଜେପି ଶ଼ଶିଙ୍କୁ ଘେରିଥିଲା। ଏହି ଟ୍ୱିଟ୍‌ ଟ୍ରୋଲ ହେବା ପରେ ଶଶି ଟ୍ୱିଟକୁ ହଟେଇ ଦେଇଛନ୍ତି।

ଥରୁର୍‌ ଅନ୍ୟ ଏକ ଟ୍ୱିଟ କରି କହିଛନ୍ତି, ‘ମୁଁ ପ୍ରଥମ ପୋଷ୍ଟକୁ ବଦଳାଇ ଦେବାକୁ ଯାଉଛି। ମୁଁ ବିଜେପିକୁ ଟ୍ରୋଲ କରିବାକୁ ଆଉ ମଶାଲା ଦେବାକୁ ଚାହୁଁନି। ଶଶି ଥରୁର୍‌ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟ୍ୱିଟ୍‌ କରି କହିଥିଲେ ଯେ ସେ ଶନିବାର କେରଳ କଂଗ୍ରେସର କୋଝିକୋଡରେ ହେବାକୁ ଥିବା ଏକ ପ୍ରଦର୍ଶନର ନେତୃତ୍ୱ ନେବେ। ସେ ଏଥିରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏକ ପୋଷ୍ଟର ମଧ୍ୟ ଟ୍ୱିଟ୍‌ କରିଥିଲେ। ଏହି ପୋଷ୍ଟରରେ ପ୍ରଦର୍ଶନର କାର୍ଯ୍ୟକ୍ରମ ସାରଣୀ ଥିବା ସହ ଭାରତର ଏକ ମାନଚିତ୍ର ମଧ୍ୟ ଥିଲା। ହେଲେ ଏହି ମ୍ୟାପ୍‌ରେ POK ଭାରତର ଅଂଶ ବୋଲି ଦର୍ଶା ଯାଇ ନ ଥିଲା।

ସନ୍ଦିପ ଅରାଲକର ନାମକ ଜଣେ ୟୁଜର୍ସ ଲେଖିଛନ୍ତି, ଶଶି ଥରୁର୍‌ଙ୍କ ଠାରୁ ଆମେ ଏହା ଆଶା କରୁ ନ ଥିଲୁ। ଆନ୍ତର୍ଜାତିକ ମାମଲାରେ ତାଙ୍କର ଭଲ ଅନୁଭବ ରହିଛି। ସେ ନିଜ ଭୁଲ୍‌ ପାଇଁ କ୍ଷମା ମାଗିବା ଉଚିତ୍‌। ସେହିପରି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଶଶି ଥରୁର୍‌ଙ୍କୁ ବେଶ ଟ୍ରୋଲ କରିଛନ୍ତି। ସେ କହିଛନ୍ତି, ଯେଉଁ ଭାରତ ମାନଚିତ୍ରର ବିଜ୍ଞାପନ ଦେଇଛନ୍ତି ତାକୁ ଅସଂମ୍ପୂର୍ଣ୍ଣ ରଖିଛନ୍ତି କାହିଁକି ? ଏହା କ‘ଣ କଂଗ୍ରେସର ଭାରତକୁ ଭାଙ୍ଗିବା, ବାଣ୍ଟିବା ଏବଂ ବର୍‌ବାଦ କରିବାର ଆଇଡିଆ ? ଭାରତର ପ୍ରତିଷ୍ଠାକୁ ହାନି ପହଞ୍ଚାଇଥିବାରୁ ଶଶି ଥରୁର୍‌ କ’ଣ କ୍ଷମା ମାଗିବା ଉଚିତ୍‌ ନୁହେଁ ?

Comments are closed.