ରାଜଘାଟରେ ସମ୍ବିଧାନ ପଢ଼ିଲେ ସୋନିଆ, ରାହୁଲ ଓ ମନମୋହନ

ନୂଆଦିଲ୍ଲୀ: ଆାଜି ଅପରାହ୍ନ ୩ଟାରେ ମହାତ୍ମା ଗାନ୍ଧୀ ସ୍ମାରକୀ ପୀଠ ରାଜଘାଟରେ ସତ୍ୟାଗ୍ରହ ଆରମ୍ଭ କରିଛି କଂଗ୍ରେସ। ନାଗରିକତା ସଂଶୋଧନ ଆଇନ୍ ଓ ଏନଆରସିକୁ ପ୍ରତିବାଦ କରି ରାଜଘାଟରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ଏହି ବିକ୍ଷୋଭରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ମନମୋହନ ସିଂହ ପ୍ରମୁଖ ଯୋଗଦେଇଥିଲେ। ଏଥିସହିତ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ଆଜି ପୂର୍ବାହ୍ନରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ସତ୍ୟାଗ୍ରହରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ସାମିଲ କରିଥିଲେ।
ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ମନମୋହନ ସିଂହଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଏକାଠି ହୋଇ ରାଜଘାଟରେ ସମ୍ବିଧାନରେ ଥିବା ପ୍ରାବଧାନଗୁଡ଼ିକ ପଢ଼ିଥିଲେ। ଏପରି କରି କଂଗ୍ରେସ ନେତାମାନେ ନାଗରିକତା ଆଇନକୁ ବିରୋଧ କରିଥିଲେ। ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେଇ ଉତ୍ତର ପ୍ରଦେଶରେ ସିଏଏ ବିରୋଧୀ ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ କରୁଣ କାହାଣୀ କହିଥିଲେ। କଂଗ୍ରେସ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମର୍ଥନ କରିଛି।
କଂଗ୍ରେସ “ସତ୍ୟାଗ୍ରହ” ନାଁରେ କରିଥିବା ଏହି ଆନ୍ଦୋଳନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରମୁଖ ଯୋଗଦେଇଥିଲେ।