ଇସ୍ତଫା ଦେଲେ ରଘୁବର, କହିଲେ ଏହା ମୋର..

ରାଞ୍ଚି:ଝାଡ଼ଖଣ୍ଡରେ ବାଜି ମାରିଲା ମହାମେଣ୍ଟ। ଜେଏମ୍ଏମ୍- କଂଗ୍ରେସ- ଆର୍ଜେଡି ମହାମେଣ୍ଟ ଆଗରେ ଫିକା ପଡ଼ିଲା ବିଜେପି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟବରଣ କରିଛି। ବିଜେପି ମ୍ୟାଜିକ ନମ୍ବର ଠାରୁ ବହୁ ଦୂରରେ ରହିବ ବୋଲି ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ସେ ସନ୍ଧ୍ୟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ନିଜର ଇସ୍ତଫାପତ୍ର ଦାଖଲ କରିଛନ୍ତି। ସେ କହିଛନ୍ତି, “ଏହା ମୋର ବ୍ୟକ୍ତିଗତ ପରାଜୟ। ବିଜେପିର ନୁହେଁ। ଏହି ପରାଜୟ ପାଇଁ ମୁଁ ଦାୟୀ।”