Odisha Link
Bridging the Missing Links in Odisha

ଓଡ଼ିଶା ଛାଡିଲେ ବିରାଟ ବାହିନୀ

ଭୁବନେଶ୍ବର: ଗତକାଲି ବାରବାଟୀ ବିଜୟ ପରେ ଆଜି ଭୁବନେଶ୍ୱର ହୋଟେଲ ଛାଡିଛନ୍ତି ଭାରତୀୟ ଦଳର ଖେଳାଳି । ପର୍ଯ୍ୟାୟ କ୍ରମେ ଖେଳାଳି ହୋଟେଲ ମେ ଫେୟାରରୁ କଡା ସୁରକ୍ଷା ଭିତରେ ଯାଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର। ହୋଟେଲରୁ ଖେଳାଳିଙ୍କୁ ବିମାନବନ୍ଦରକୁ ନିଆଯିବା ବେଳେ କମିଶନରେଟ୍ ପୋଲିସ କରିଥିଲା କଡା ସୁରକ୍ଷା ବ୍ୟବସ୍ଥା । ତେବେ ଖେଳାଳି ଭୁବନେଶ୍ୱର ଛାଡିବା ସମୟରେ ନିଜର ପ୍ରିୟ ଖେଳାଳିଙ୍କ ଟିକେ ଝଲକ ପାଇବାକୁ ରାସ୍ତାରେ ବିଭିନ୍ନ ସ୍ଥାନରେ କ୍ରିକେଟ୍ ପ୍ରଶଂସକ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା ।
ବର୍ଷ ୨୦୧୯ର ଶେଷ ଭାଗରେ ଟିମଇଣ୍ଡିଆର ବିରାଟ ବିଜୟ । ବାରାବାଟୀରେ ନିର୍ଣ୍ଣାୟକ ମ୍ୟାଚରେ ବାଜି ମାରି ନେଇଛି ଟିମ ଇଣ୍ଡିଆ । ସିରିଜର ଶେଷ ମ୍ୟାଚରେ କମାଲ୍ କରିଛି ବିରାଟ ବାହିନୀ । ୩୧୬ ରନ ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଦଳ ୮ଟି ବଲ ବାକି ଥାଇ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ହରାଇ ଦେଇଛି । ଶେଷ ଭାଗରେ ନିମ୍ନକ୍ରମ ଖେଳାଳି ସାର୍ଧୁଳ ଠାକୁରଙ୍କ ୬ ବଲରୁ ବିସ୍ଫୋରକ ୧୭ ରନର ଇନିଂସ ଦଳକୁ ଦେଇଥିଲା ରୋମାଂଚକର ବିଜୟ । ଏହି ବିଜୟ ସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍କୁ ୨-୧ ରେ କବଜା କରିନେଇଛି ଟିମଇଣ୍ଡିଆ । ଏହି ବିଜୟ ସହିତ ବାରବାଟୀରେ ଇଣ୍ଡିଜ ଟିମ୍ ବିରୋଧରେ ଦିନିକିଆରେ ଭାରତ ଅପରାଜେୟ ଧାରା ବଜାୟ ରଖିଛି।

Comments are closed.