ଗାଈର ସ୍ୱୟଂବର ଜାଣନ୍ତୁ ଖବର

ଭୋପାଲ : ସାଧାରଣତଃ ସ୍ୱୟଂବର ପୁଅ ଝିଅଙ୍କ ମଧ୍ୟରେ ହୋଇଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସ୍ୱୟଂବର ଖାଲି ମନୁଷ୍ୟ ମାନଙ୍କର ହୋଇନଥାଏ ଗାଇ ମାନଙ୍କର ମଧ୍ୟ ହୋଇଥାଏ । ଏହା ଆପଣ କେବେ ଶୁଣି ନଥିବେ । ହେଲେ ମଧ୍ୟପ୍ରଦେଶର ଭୋପାଲରେ ଗାଈମାନଙ୍କର ସ୍ୱୟଂବର ହୋଇଛି। ସେହି ସ୍ୱୟଂବରରେ ୨୦୦ଟି ଷଣ୍ଢ ଭାଗ ନେଇଥିଲେ। ଏହି ସ୍ୱୟଂବର ଦ୍ୱାରା ଗୋ-ପାଳକମାନେ ନିଜ ଗାଈ ପାଇଁ ଉପଯୁକ୍ତ ପାର୍ଟନର ପାଇପାରିଛନ୍ତି।
ସ୍ୱୟଂବରରେ ଭାଗ ନେଇଥିବା ଷଣ୍ଢମାନେ ଗୋଟିଏ ଲାଇନରେ ଛିଡ଼ା ହେବା ସହ ସେମାନଙ୍କର କୁଣ୍ଡଳୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମଧ୍ୟପ୍ରଦେଶର ପଶୁ ସମ୍ପଦ ବିଭାଗ ପକ୍ଷରୁ ଏଭଳି ସ୍ୱୟଂବରର ଆୟୋଜିନ କରାଯାଉଛି ।
ଆମେମାନେ ସିନେମା କିମ୍ବା ଟେଲିଭିଜନରେ ବଡ଼ବଡ଼ ସେଲେବ୍ରିଟିଙ୍କ ସ୍ୱୟଂବର କଥା ଶୁଣିଥିଲେ କିନ୍ତୁ ଏହା ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
Comments are closed.