Odisha Link
Bridging the Missing Links in Odisha

ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଡିସେମ୍ବର ମାସ ୨୬ ତାରିଖରେ କେତୁଗ୍ରସ୍ତ ଆଶିଂକ ସୂର୍ଯ୍ୟ ପରାଗ ହେଉଅଛି । ଏହି କାରଣରୁ ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟମାନଙ୍କରେ ଛୁଟି ଘୋଷଣା କରିଛନ୍ତି । ଚଳିତ ମାସ ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ । ଓଡିଶାରେ ଆଶିଂକ ଭାବେ ସୂର୍ଯ୍ୟ ପରାଗ ଦେଖାଯିବ । ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ହୋଇଥାଏ ।

ଓଡିଶାରେ ଏହା ଦୃଶ୍ୟମାନ ହେଉଥିବାରୁ ଏହା ପାଳନୀୟ । ପୌଷ ଅମାବାସ୍ୟା ତିଥି ଇଂରାଜୀ ତାରିଖ ୨୬।୧୨।୨୦୧୯ ତାରିଖ ଗୁରୁବାର ସୂର୍ଯ୍ୟପରାଗ ହେବ । ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ । ୨୫ ତାରିଖ ବୁଧବାର ରାତି ୮ଟା ୧୯ ମିନିଟ୍‌ରେ ହାଣ୍ଡିଛାଡ । ପାକ କର୍ମ ଓ ଅନ୍ନ ଭୋଜନ ସହ ଦେବନୀତି ଏହି ସମୟ ପୂର୍ବରୁ ସାରିବାକୁ ହେବ । ଖଡିରତ୍ନ ପଞ୍ଜିକାର ସୂଚନା ଅନୁସାରେ ବୁଧବାର ରାତି ୮ଟା ୧୯ ମିନିଟ୍‌ ପରେ ହାଣ୍ଡି ଛାଡ ଓ ଦେବନୀତି କରିବା ଅନୁଚିତ୍‌ । ପରଦିନ ଅର୍ଥାତ ୨୬।୧୨।୨୦୧ ଗୁରୁବାର ଦିନ ୧୧ଟା ୨୯ ମିନିଟ୍‌ ପର୍ଯ୍ୟନ୍ତ ହାଣ୍ଡିଛାଡ ।
ପୁରୀରେ ଗୁରୁବାର ସକାଳ ୮ଟା୧୯ ମିନିଟ୍‌୨୦ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଗୁରୁବାର ଦିନ ୧୧ଟା ୨୯ ରେ ଗ୍ରହଣ ସମାପ୍ତ । ଏହାପରେ ସ୍ନାନ ଶୌଚାଦି କାର୍ଯ୍ୟ ସମାପ୍ତ କରି ଦେବନୀତି କରଣୀୟ। ତେବେ ବାଳକ ବୃଦ୍ଧ ଓ ରୋଗୀ ଏହି ସମୟରେ ଖାଦ୍ୟ ଗ୍ରହଣ କରିପାରିବେ ।

Comments are closed.