Odisha Link
Bridging the Missing Links in Odisha

ତହସିଲଦାରଙ୍କ ଗୋଡ଼ଧରି ଭୁଲ ମାଗିଲେ ଇଟାଭାଟି ମାଲିକ

ଭଦ୍ରକ: ବେଆଇନ ଇଟା ଭାଟି ଭାଙ୍ଗିବା ଲାଗି ଅତିରିକ୍ତ ତହସିଲଦାର ଆସିଥିବା ବେଳେ ତାଙ୍କ ଗୋଡତଳେ ପଡି ଯାଇଥିଲେ ଇଟାଭାଟି ମାଲିକ । ଭଦ୍ରକ ଧାମନଗର ମୁସ୍ତାଫାପୁର ପଞ୍ଚାୟତର ସୁକଦେଵ ହୁସେନ ଗାଁରେ ଦେଖିବାକୁ ମିଳିଛି ଏମିତି ଘଟଣା ।
୧୫ରୁ ଅଧିକ ବେଆଇନ ଇଟା ଭାଟି ଚାଲିଥିବା ତହସିଲଦାର ସୂଚନା ପାଇଥିଲେ । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ପୋଲିସ ଦମକଳ ଗାଡି ସହ ଘଟଣା ସ୍ଥଳରେ ପହଞ୍ଚି ଇଟା ନଷ୍ଟ କରିବାକୁ ଯୋଜନା କରୁଥିଲେ । ସେହି ସମୟରେ ସ୍ଥାନୀୟ ଇଟାଭାଟି ମାଲିକ ମାନେ ଅତିରିକ୍ତ ତହସିଲଦାର ଲଗ୍ନଜିତ ବେହେରାଙ୍କୁ ବହୁ ଅନୁରୋଧ କରିବା ସହ ତାଙ୍କ ଗୋଡ଼ ତଳେ ପଡିଯାଇଥିଲେ । ଶେଷରେ ଇଟାଭାଟି ମାଲିକ ମାନେ ଏକ ସପ୍ତାହ ସମୟ ନେଇ ଆଉ ବେଆଇନ ଇଟା ପୋଡିବେ ନାହିଁ ବୋଲି କହିଥିଲେ ।
୧୩ଲକ୍ଷ ରୁ ଅଧିକ ଟଙ୍କା ବକେୟା ଅର୍ଥ ପୈଠ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ତହସିଲଦାର । ୭ ଦିନ ପରେ କିନ୍ତୁ ପୁଣି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପଟେ ଅତିରିକ୍ତ ତହସିଲଦାର କହିଛନ୍ତି ଇଟାଭାଟି ଭାଙ୍ଗିଥିଲେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥାନ୍ତା । କମ ସଂଖ୍ୟକ ପୋଲିସ ଥିଲେ । ସେଥିପାଇଁ ଫେରିଆସିଲୁ । ବେଆଇନ ଇଟାଭାଟି ଭାଙ୍ଗିବା ପୂର୍ବ ରୁ ଅତିରିକ୍ତ ତହସିଲଦାରଙ୍କ ଗୋଡ କୁ ଧରି ଶୋଇ ଯାଇଥିଲେ ବେଆଇନ ଇଟାଭାଟି ମାଲିକ । ପୋଲିସର ହସ୍ତକ୍ଷେପ ପରେ ଗୋଡ ଛାଡିଥିଲେ ।

Comments are closed.