‘ଅଟଳ ଜଳ ଯୋଜନା’କୁ କ୍ୟାବିନେଟ ମୋହର, ଖର୍ଚ୍ଚ ହେବ ୬ହଜାର କୋଟି

ନୂଆଦିଲ୍ଲୀ: ଆଜି ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନପିଆର ସହ ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ୬୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଙ୍ଗଳବାର ‘ଅଟଳ ଜଳ ଯୋଜନା’କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦଦନ କରିଛି। ଏହି ଯୋଜନାର ସୁଫଳ ୬ଟି ରାଜ୍ୟକୁ ମିଳିବ । ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ, ହରିୟାଣା, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଆଦି ରାଜ୍ୟକୁ ଏଥିରେ ସାମିଲ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତି କୃଷକଙ୍କ ଆୟ ଦୁଇଗୁଣ କରିବା ନିମନ୍ତେ କରାଯାଇଛି। ଏହି ଯୋଜନାର ଲାଭ ୬ଟି ରାଜ୍ୟର ୮,୩୫୦ଟି ଗାଁକୁ ମିଳିବ।
Comments are closed.