Odisha Link
Bridging the Missing Links in Odisha

ବକେୟା ଦରମା ପାଇଁ ବେସାମରିକ ମନ୍ତ୍ରୀଙ୍କୁ ଆଇସିପିଏ ର ଚିଠି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ପାଇଲଟ୍‌ ଓ କମାଣ୍ଡରମାନଙ୍କର ବାକି ଥିବା ଦରମା ପାଇଁ ଇଣ୍ଡିଆନ୍‌ କମର୍ସିଆଲ୍‌ ପାଇଲଟସ ଆସୋସିଏସନ(ଆଇସିପିଏ) ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏକ ଚିଠି ଲେଖାଯାଇଛି। ଗତ ଦୁଇ/ତିନି ବର୍ଷ ହେଲା ସେମାନଙ୍କୁ ଉଡାଣ ଭତ୍ତା ଓ ଦରମା ଠିକ ସମୟରେ ଦିଆଯାଉନାହିଁ।ତେଣୁ ବାକି ଥିବା ଦରମା ଓ ଅନ୍ୟାନ୍ୟ ଭତ୍ତା ପୈଠ କରିବା ପାଇଁ ଆଇସିପିଏ ଚିଠି ଲେଖି ମନ୍ତ୍ରୀଙ୍କୁ ଅନୁରୋଧ କରିଛି। ସୂଚନା ମୁତାବକ, ପୂବର୍ରୁ ପୁରୀ କହିଥିଲେ କି ‘ଏୟାର୍‌ ଇଣ୍ଡିଆର ପାଇଲଟ୍‌ମାନଙ୍କୁ ଉତ୍ତମ ଦରମା ଦିଆଯାଉଛି।’ ଏହାର ଉତ୍ତରରେ ପାଇଲଟ୍‌ ଆସୋସିଏସନ ପକ୍ଷରୁ କୁହାଯାଇଛି କି ଏବେ ସେମାନଙ୍କୁ କେବଳ ସେମାନଙ୍କ ଦରମାର ୫୦ ଭାଗ ଅର୍ଥ ପ୍ରଦାନ କରାଯାଉଛି। ଆଇସିପିଏ ଦେଇଥିବା ପତ୍ରରେ ଉଲ୍ଳେଖ କରଯାଇଛି ଯେ ଏୟାର୍‌ ଇଣ୍ଡିଆର ୬୫ ଜଣ ପାଇଲଟ୍‌ ତାଙ୍କର ଇସ୍ତଫା ଦେଇ ସାରିଛନ୍ତି। ମାତ୍ର ମନ୍ତ୍ରୀ ପୁରୀ ଏହାକୁ ଅସ୍ବୀକାର କରି କହିଛନ୍ତି କି କେହି ହେଲେ ଏଯାବତ୍‌ ଇସ୍ତଫା ଦେଇନାହାନ୍ତି।

Comments are closed.