Odisha Link
Bridging the Missing Links in Odisha

ସେସୁକୁ କିଣିନେଲା ଟାଟା ପାୱାର

ଭୁବନେଶ୍ୱର: ବିଦ୍ୟୁତ୍ ୟୁଟିଲିଟି ସଂସ୍ଥା ସେସୁର ଘରୋଇକରଣ କରାଯାଇଛି । ଏହାକୁ ଘରୋଇ ସଂସ୍ଥା ଟାଟା ପାୱାର ଅଧିଗ୍ରହଣ କରିଛି । ସେସୁକୁ ବିକ୍ରି କରିବା ଲାଗି ଘରୋଇ ସରକାରୀ ସହଭାଗିତାରେ (ପିପିପି) ଏକ ସ୍ପେସିଆଲ୍ ପରପୋଜ ଭେଇକିଲ୍ (ଏସ୍ଭିପି) ଗଠନ କରାଯିବ । ସେଥିରେ ଟାଟା ପାୱାରର ୫୧% ଓ ଓଡ଼ିଶା ସରକାରଙ୍କ ୪୯% ଅଂଶଧନ ରହିବ । ଦିଲ୍ଲୀରେ ଏହି ଢାଞ୍ଚାରେ ଟାଟା ପାୱାର କାର୍ଯ୍ୟ କରୁଛି ।
ସେସୁ ଅଧୀନରେ ଥିବା ଓଡ଼ିଶାର ପାଞ୍ଚଟି ବିଦୁ୍ୟତ ସର୍କଲ୍ ଯଥା ଭୁବନେଶ୍ୱର ୧ ଓ ୨, କଟକ, ପାରାଦୀପ ଓ ଢେଙ୍କାନାଳ (ଉପକୂଳବର୍ତ୍ତୀ ୯ ଜିଲ୍ଲା ଓ ଯାଜପୁରର ୪୫ଟି ପଞ୍ଚାୟତ) ପାଇଁ ଟାଟା ପାୱାର ବିଦୁ୍ୟତ ବିତରଣ ଓ ଖୁଚୁରା ଯୋଗାଣ ଲାଇସେନ୍ସ ହାସଲ କରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ ବର୍ଷ ପାଇଁ ଏହି ଲାଇସେନ୍ସ ଦିଆଯିବ । ସେସୁର ଘରୋଇକରଣ ଲାଗି ଯେଉଁ ବିଡ୍ ଆହ୍ୱାନ କରାଯାଇଥିଲା ସେଥିରେ ଟାଟା ପାୱାରର ସଫଳ ବିଡର୍ ଭାବେ ଉଭା ହୋଇଛି ବୋଲି ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ (ଓଇଆରସି)ଙ୍କ ତରଫରୁ ଘୋଷଣା କରାଯାଇଛି । ଟାଟା ପାୱାରକୁ ଓଇଆରସି ତରଫରୁ ଲେଟର ଅଫ୍ ଇଣ୍ଟେଣ୍ଡ୍ (ଇଓଆଇ) ପ୍ରଦାନ କରାଯାଇଛି । ରାଜ୍ୟର ପାଞ୍ଚଟି ବିଦୁ୍ୟତ ସର୍କଲରେ ସେସୁ ପ୍ରାୟ ୨୫ ଲକ୍ଷ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ଆଗାମୀ ଦିନରେ ଟାଟା ପାୱାର ଏହି ଅଞ୍ଚଳର ବିଦୁ୍ୟତ ବିତରଣ ଓ ଯୋଗାଣ କାର୍ଯ୍ୟ କରିବ ।

Comments are closed.