Odisha Link
Bridging the Missing Links in Odisha

ଅଟଳବିହାରୀ ବାଜପେୟୀଙ୍କ ୨୫ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଲକ୍ଷ୍ମୌ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଜନ୍ମ ଦିବସ। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ନୌର ଲୋକ ଭବନ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କର ଏକ ୨୫ ଫୁଟ୍‌ ଉଚ୍ଚ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଏଥିପାଇଁ ଲକ୍ଷ୍ମୌ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉପସ୍ଥିତ ରହିବେ। ଏହାଛଡ଼ା, ମୋଦୀ ଉତ୍ତର ପ୍ରଦେଶରେ ‘ଅଟଳବିହାରୀ ବାଜପେୟୀ ମେଡିକାଲ୍‌ ୟୁନିଭର୍ସିଟି’ର ଶିଳାନ୍ୟାସ କରିବେ। ଏଥିନିମନ୍ତେ ୫୦ ଏକର ଜମି ହସ୍ତାନ୍ତର କରିବାକୁ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଥିଲେ।

ମହାନ ରାଜନେତା ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ, ଝୁରୁଛି ସାରା ଦେଶ

Comments are closed.