Odisha Link
Bridging the Missing Links in Odisha

ଗ୍ରାମାଞ୍ଚଳରେ ମିଳିବ ମାଗଣା ଓ୍ଵାଇଫାଇ ସେବା

ନୂଆଦିଲ୍ଲୀ: ଭାରତନେଟ୍ ଜରିଆରେ ମାଗଣା ୱାଇଫାଇ ସେବାର ଲାଭ ଉଠାଇପାରିବେ ଗ୍ରାମାଞ୍ଚଳରେ ବସ ବାସ କରୁଥିବା ଲୋକେ। ୨୦୨୦ ସୁଦ୍ଧା ଭାରତର ସମସ୍ତ ଗାଁକୁ ମାଗଣାରେ ୱାଇ-ଫାଇ ଯୋଗାଇ ଦିଆଯିବ । ଭାରତ ନେଟ୍ ଅପ୍ଟିକ୍ ଫାଇବର୍ ଦ୍ୱାରା ସଂଯୋଗ ହୋଇଥିବା ଗାଁମାନଙ୍କରେ ମାର୍ଚ ୨୦୨୦ ସୁଦ୍ଧା ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଟେଲିକମ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ୧.୩ ଲକ୍ଷ ଗ୍ରାମ ପଞ୍ଚାୟତକୁ ଭାରତନେଟ ଅପଟିକାଲ ଫାଇବର ସହ ଯୋଡା ସରିଛି । ଆମର ଲକ୍ଷ୍ୟ ହେଉଛି ଏହାକୁ ୨.୫ ଲକ୍ଷରେ ପହଞ୍ଚାଇବା । ଭାରତ ନେଟ୍ ସର୍ଭିସର ପ୍ରସାର ନିମନ୍ତେ ୨୦୨୦ ମାର୍ଚ ମାସ ମଧ୍ୟରେ ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦିଆଯିବାର ଯୋଜନା ରହିଛି । ଏଥରର କାର୍ୟ୍ୟକାଳ ମଧ୍ୟରେ ୧୫% ଗାଁକୁ ଡିଜିଟାଲ୍ ହବ୍ରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଗାଆଁକୁ ସଶକ୍ତ କରିବାର ପ୍ରକ୍ରିୟା ଚାଲିଛି । ଗ୍ରାମୀଣଙ୍କ ଅର୍ଥନୀତିକୁ ସମୃଦ୍ଧ କରାଇବାରେ ଡିଜିଟାଲ୍ ସେବା ସହାୟକ ହେବ।
ଡିଜିଟାଲ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ କିଂବା ଆର୍ଥିକ ସେବା ଯୋଗାଇ ଗ୍ରାମୀଣ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ଉପରେ ଡିଜିଟାଲ୍ ଗାଁ ଗୁରୁତ୍ୱ ଦିଏ । ଡିଜିଟାଲ୍ ଗାଁରେ ଯୋଗ୍ୟ ନାଗରିକମାନଙ୍କୁ କମ୍ପ୍ୟୁଟର୍ ଏବଂ ନେଟ୍ ବିଷୟରେ ତାଲିମ ଦିଆଯିବ । ଯୁବବର୍ଗ ଏବଂ ଛାତ୍ରଛାତ୍ରୀମାନେ ଏଥିରୁ ଅନେକ ପ୍ରକାର ଶିକ୍ଷାଗତ ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳ ପାଇ ପାରିବେ ।

Comments are closed.