Odisha Link
Bridging the Missing Links in Odisha

ଉରିରେ ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନ, ଭାରତର କଡା ଜବାବ

ଜାମ୍ମୁକାଶ୍ମୀର: ଉତ୍ତର କାଶ୍ମୀର ସୀମାନ୍ତ ବାରାମୁଳା ଜିଲାର ଉରି ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଆଜି ଏହାର କଡା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାର ଆକ୍ରମଣରେ ଗୁରୁବାର ୨ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ ପାକିସ୍ତାନର ୨/୩ଟି ସେନା ଶିବିର ମଧ୍ୟ ଧ୍ଵଂସ ହୋଇଯାଇଥିବାର ସୂଚନା ମିଳିଛି।

ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ପାକ୍‌ ସେନା ପକ୍ଷରୁ ବୁଧବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ସିଲିକୁଟ, ହଥଲଙ୍ଗା, ମୋଥଲ, ସୋୱରା, ବାଲାକୋଟ, ଚୁରଣ୍ଡା ଏବଂ ଏହାର ଆଖାପାଖ ଅଞ୍ଚଳରେ ପାକ୍‌ ସେନା ପକ୍ଷରୁ ପ୍ରବଳ ଗୁଳି ମାଡ଼ କରାଯାଇଥିଲା। ଏହି ଗୁଳି ମାଡ଼ରେ ଜଣେ ଜେସିଓ ଶହୀଦ ହେବା ସହିତ ଚୁରଣ୍ଡାରେ ନସିମା ନାମ୍ନୀ ୨୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା। ପାକ୍‌ର ଏହି ଗୁଳିମାଡ଼କୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳରେ ଫଶିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସକାଳେ ଭାରତୀୟ ଯବାନଙ୍କ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି।

Comments are closed.