Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ: ମମତା ସରକାରର ମନ୍ତ୍ରୀଙ୍କୁ ଭିସା ଦେଲାନି ବାଂଲାଦେଶ

କୋଲକାତା: ବାଂଲାଦେଶ ସରକାର ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ସିଦ୍ଦିକଉଲ୍ଲା ଚୌଧୁରୀଙ୍କୁ ଭିସା ଦେବ ନା ନାହିଁ ସ୍ପଷ୍ଟ କରିନି। ଫଳରେ ସିଦ୍ଦିକଉଲ୍ଲା ଆଜି ତାଙ୍କ ବାଂଲାଦେଶ ବିମାନ ଟିକେଟ ବାତିଲ୍ କରିବେ ବୋଲି କହିଛନ୍ତି।

ସିଦ୍ଦିକିଉଲ୍ଲା କହିଛନ୍ତି, ‘ମୁଁ ଡିସେମ୍ୱର ୨୬ରୁ ୩୧ ବାଂଲାଦେଶ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥାନ୍ତି। ଏଥିପାଇଁ ନିମନ୍ତ୍ରଣ ରହିଛି। କାର୍ଯ୍ୟକ୍ରମରେ ଯୋଗଦେବା ପରେ ବ୍ୟକ୍ତିଗତ କାମ ରହିଛି। ଏଥିପାଇଁ ମୁଁ ଡିସେମ୍ୱର ୧୨ରୁ ବାଂଲାଦେଶ ଯିବା ପାଇଁ ଭିସା ଆବେଦନ କରିଥିଲି। ସମସ୍ତ କାଗଜ ପତ୍ର ଦାଖଲ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ମୋ ଗସ୍ତକୁ ନେଇ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି।

ହେଲେ ବାଂଲାଦେଶ ପକ୍ଷରୁ ଏଯାଏ ଭିସା ମିଳିନି। ବାଂଲାଦେଶ ମୋ ଭିସା ଆବେଦନକୁ ସ୍ୱୀକାର କରିଛି। ହେଲେ ଭିସା ଦେବକି ନାହିଁ ସ୍ପଷ୍ଟ କରିନି। ଆଜି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। ଭିସା ମିଳିନଥିବାରୁ ଟିକେଟ୍ ବାତିଲ୍ କରିବି’। ତେବେ ଏ ନେଇ ବାଂଲାଦେଶ ଦୂତବାସ ସହିତ ଯୋଗାଯୋଗ ହୋଇପାରିନି।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରିବାକୁ ଯାଇ ସିଦ୍ଦିକଉଲ୍ଲା ଚୌଧୁରୀ ଧର୍ମକୁ ଆଧାର କରି ମତ ରଖିଥିଲେ। ଏମିତିକି ସେ କହିଥିଲେ ଯଦି ସିଏଏ ପ୍ରତ୍ୟାହାର ନହୁଏ ତାହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଆସିଲେ ତାଙ୍କୁ ବିମାନରୁ ଓହ୍ଲାଇବାକୁ ଦିଆଯିବନି।

Comments are closed.