Odisha Link
Bridging the Missing Links in Odisha

ବିଦାୟ ନେଲା କାରଗିଲ ହିରୋ ‘ମିଗ୍ – ୨୭’ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: କାରଗିଲ୍ ଯୁଦ୍ଧର ହିରୋ ଓ ଭାରତର ବାହାଦୁର ଭାବେ ପରିଚିତ ଲଢୁଆ ଯୁଦ୍ଧ ବିମାନ ‘ମିଗ୍ – ୨୭’ ଆଜି ବାୟୁସେନାରୁ  ଅବସର ନେଲା। ‘ମିଗ୍ – ୨୭’ ଲଢ଼ୁଆ ଯୁଦ୍ଧ ବିମାନ ଆଜି ରାଜସ୍ଥାନର ଯୋଧପୁରର ଏୟାର ଫୋର୍ସ ଷ୍ଟେସନରେ ଭରିଛି ଶେଷ ଉଡାଣ। ଏହି ଅବସରରେ ‘ମିଗ୍ – ୨୭’ କୁ ବାୟୁସେନା ଦେଇଛି ଶେଷ ବିଦାୟ । ମିଗ୍ ୨୭କୁ ବିଦାୟ ଦେବା ଅବସରରେ ଭବ୍ୟ ପରେଡ ପ୍ରଦର୍ଶନ କରିଛନ୍ତି ବାୟୁସେନାର ଯବାନ।

୧୯୮୧ ମସିହାରେ ପ୍ରଥମ କରି ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ଶକ୍ତିଶାଳୀ ମିଗ୍ ୨୭ ଲଢୁଆ ଯୁଦ୍ଧ ବିମାନ। ୪ ଦଶନ୍ଧି ଧରି ଭାରତୀୟ ପ୍ରତିରକ୍ଷା ବିଭାଗକୁ ମିଗ୍ ଦେଇଛି ଅନେକ ରୋମାଞ୍ଚଭରା କ୍ଷଣ । ବିଶେଷ କରି କାରଗିଲ ଯୁଦ୍ଧ ସମୟରେ ବାହାଦୁର  ନିଭାଇଥିଲା ବଡ ଭୂମିକା । ଏହା ବଳରେ ଭାରତୀୟ ବାୟୁସେନା ତାର ଶକ୍ତି ବଳରେ ପାକିସ୍ତାନକୁ ଧୂଳି ଚଟେଇଥିଲା । ଆଜି ଏହାକୁ ଡି-କମିସନ୍ ଅର୍ଥାତ ସେବାନିବୃତ କରାଯାଇଛି।

Comments are closed.