Odisha Link
Bridging the Missing Links in Odisha

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ନାଟ୍ୟଚର୍ଚ୍ଚା କାର୍ଯ୍ୟକ୍ରମ

କଳାହାଣ୍ଡି: ଆଧୁନିକ ନାଟ୍ୟଧାରା ତଥା ନାଟକର ବିଭିନ୍ନ ଦିଗକୁ ନେଇ ଏକ ଅନୌପଚାରିକ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜନ କରିଛି ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ।

ଭବାନୀପାଟଣା ସହର ଉପକଣ୍ଠସ୍ଥ ଯଶପାଲ ଫାର୍ମ୍ ହାଉସ୍ ପରିସରରେ ଅନୁଷ୍ଠାନର ଯୁଗ୍ମ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ପରମେଶ୍ୱର ମୁଣ୍ଡ ଓ ପ୍ରଦୀପ ଧଙ୍ଗଡ଼ାମାଝୀ ଆଲୋଚକ ଭାବେ ଯୋଗଦେଇଥିବା ବେଳେ ଜିଲ୍ଳା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଅନୁଷ୍ଠାନର ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, କ୍ରୀଡ଼ାବିତ୍ ସୁବାସ ନାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ସଭାପତିତ୍ୱ କରିଥିବା ବେଳେ ନାଟ୍ୟକାର ଦକ୍ଷ ସାହୁ ଓ କଳାକାର ଡିଲେଶ୍ୱର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ନିକଟ ଅତୀତରେ ଜିଲ୍ଲା ତଥା ରାଜ୍ୟ ଯୁବ ମହୋତ୍ସବରେ ଅନୁଷ୍ଠାନ ପକ୍ଷରୁ ଅଂଶଗ୍ରହଣ କରିଥିବା ନଳୀନିକାନ୍ତ ଦାଶ, ଦୀପ୍ତିମୟୀ ସିଂ, ଦକ୍ଷ ସାହୁ, ଡିଲେଶ୍ୱର ରଣା, ସୁଧୀର କୁମାର ଧଙ୍ଗଡ଼ାମାଝୀ, ଲିଲେଶ ସାହୁ, ଭୋଳାପ୍ରସାଦ ନାଗ, ସାବିତ୍ରୀ ମହାରଣା, ସୁକନ୍ୟା ଦାସ, ଚିନ୍ମୟୀ ବୈଠାରୁ, ପଙ୍କଜ ତାଣ୍ଡି, ବିଷ୍ଣୁ ବଇଶାଲ, ବିଜେତା ବାଗ, ସସ୍ମିତା ସାହୁ, ସୁବାସ ପଟ୍ଟନାୟକ, ରମାକାନ୍ତ ସିଂ ସାହାଣୀ, ଲକ୍ଷ୍ମୀକାନ୍ତ ସିଂ, ସ୍ୱର୍ଣ୍ଣଲତା ବଗର୍ତ୍ତୀ ପ୍ରମୁଖ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ନୂଆ ପିଢ଼ିର କଳାକାରମାନଙ୍କ ପାଇଁ ଆଗାମୀ ଦିନରେ ଏକ ଆବାସିକ ନାଟ୍ୟ କର୍ମଶାଳା ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଥିଲା। କୁନାଲ ନାଗ, ହୈମବତୀ ବେହୁରା, ତେଜବନ୍ତ ସାହୁ, ସୁଶାନ୍ତ ମାଝୀ, କିଶୋର ସାହୁ, ଚୌଧୁରୀ ରଣା, କୁନା ସାହୁ, ଲିପ୍ସା ମହାରଣା, ଡିଲେଶ୍ୱର ରଣା (ବି), ଫକୀର ଭୋଇ ଓ ସ୍ନିଗ୍ଧାରାଣୀ ସିଂ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.