Odisha Link
Bridging the Missing Links in Odisha

ସ୍ମୃତି ଶତରୂପା: ୩୭ ବର୍ଷ ପରେ ବି ଏକାଠି ନାଲିବର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ

ଜଗତସିଂହପୁର: ନାଲିବର ଉଚ୍ଚ ବିଦ୍ୟାଳୟର ୧୯୮୨ ବ୍ୟାଚ୍‌ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳିନ ପର୍ବ ଅନୁଷ୍ଠିତ ହୋଇଯାଇଛି। ‘ସ୍ମୃତି ଶତରୂପା’ ଶୀର୍ଷକ ଏ ଉତ୍ସବରେ ୩୭ ବର୍ଷ ପରେ ବି ନିଜର ସ୍କୁଲ ବେଳର ସ୍ମୃତିକୁ ସାଉଁଟିଥିଲେ ପୁରାତନ ଛାତ୍ରଛାତ୍ରୀ।

ଏ ଅବସରରେ ବିଦ୍ୟାଳୟର ଦିବଂଗତ ପ୍ରଧାନଶିକ୍ଷକ ସୋମନାଥ ବିଶ୍ବାଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ପୂର୍ବତନ ଛାତ୍ରଛାତ୍ରୀ। ସମାଜର ବିଭିନ୍ନ କ୍ଷେତ୍ରରେ ଏବେ ପ୍ରତିଷ୍ଠିତ ଏହି ବ୍ୟକ୍ତିମାନେ ଦିବସ ବ୍ୟାପୀ ଏ ଉତ୍ସବରେ ପୁରୁଣା ଦିନର ବିଭିନ୍ନ ଘଟଣା ଓ ସ୍ମୃତି ମନେ ପକାଇ ପୁଣି ସେଇ ସ୍କୁଲ ବେଳକୁ ଫେରି ପାଇବାର ପ୍ରଚେଷ୍ଟା କରିଥିଲେ।

ପୁରାତନ ଛାତ୍ରଙ୍କର ଏ ମିଳିତ ପ୍ରୟାସକୁ ଆଗକୁ ନେବାକୁ ଏ ଅବସରରେ ଆଲୋଚନା କରାଯାଇଥିଲା। ଡିସେମ୍ବର ୨୯ ତାରିଖ ରବିବାର ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକମାନେ ଅତିଥି ଭାବେ ଯୋଗଦେଇଥିଲେ।

Comments are closed.