Odisha Link
Bridging the Missing Links in Odisha

ଆନ୍ତର୍ଜାତିକ ତାଏକୋଣ୍ଡୋରେ ପଦକ ଜିତିଲେ ଢେଙ୍କାନାଳର ସମୀକ୍ଷା

ଭୁବନେଶ୍ବର: କୋଲକାତା ଇଡେନ ଗାର୍ଡେନ ଖୁଦିରାମ ଅନୁଶୀଳନ କେନ୍ଦ୍ରରେ ଅନୁଷ୍ଠିତ ଆନ୍ତର୍ଜାତିକ ଓପନ ତାଏକୋଣ୍ଡୋ ଚାମ୍ପିଅନସିପ୍‌ରେ ଢେଙ୍କାନାଳର କୁନି ଝିଅ ସମୀକ୍ଷା ନନ୍ଦ ଦ୍ବେତ ପଦକ ଜିଣି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଇନଫାଣ୍ଟ ଫିମେଲ୍ ଗ୍ରୁପରେ ସେ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି।

ଢେଙ୍କାନାଳ ସରସ୍ବତୀ ଶିଶୁ ମନ୍ଦିରରେ ୨ୟ ଶ୍ରେଣୀରେ ପଢୁଥିବା ସମୀକ୍ଷା ଗଁଦିଆ ବ୍ଲକ ନାଗେନା ବିଶ୍ବନାଥପୁର ଗ୍ରାମର ବାସିନ୍ଦା ସମ୍ବିତ ନନ୍ଦ ଓ ମଧୁସ୍ମିତା ନନ୍ଦଙ୍କର ସୁପୁତ୍ରୀ ଅଟନ୍ତି। ଏହା ପୂର୍ବରୁ ସେ ଜାତୀୟ ସ୍ତର ତାଏକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ସାରିଛନ୍ତି। ଏ ସଫଳତାର ଶ୍ରେୟ ସମୀକ୍ଷା ନିଜ ଅନୁଷ୍ଠାନ ଟ୍ରାଡିସନାଲ ତାଏକୋଣ୍ଡୋ ଡୋଜାଙ୍ଗ ଢେଙ୍କାନାଳର କୋଚ ସୌମ୍ୟକାନ୍ତ ବେଉରା, ସୋମୋନାଥ ସାହୁ ଓ ବିକାଶ ରଞ୍ଜନ ସାହୁଙ୍କୁ ଦେଇଛନ୍ତି।

ସମୀକ୍ଷାଙ୍କ ଏ ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Comments are closed.