Odisha Link
Bridging the Missing Links in Odisha

ଲକ୍ଷେ ଟଙ୍କା ଲାଞ୍ଚ ନେଇ ଆଇଏଏସ୍‌ ଅଧିକାରୀ ଗିରଫ

ଭୁବନେଶ୍ବର: ଏକ ବିଲ୍‌ ପାସ୍‌ କରାଇଦେବା ଲାଗି ଜଣେ ହିତାଧିକାରୀଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ୨୦୦୯ ବ୍ୟାଚ୍‌ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ବିଜୟ କୁମାର ଉପାଧ୍ୟାୟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଓନିଶା ଦୂର୍ନୀତି ନିବାରଣ ବିଭାଗ ଆଜି ଏହି ଓଡ଼ିଶା କ୍ୟାଡର୍‌ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଗିରଫ କରିଛି।

ସୂଚନା ମୁତାବକ, ହର୍ଟିକଲ୍‌ଚର ବିଭାଗର ନିର୍ଦ୍ଦେଶକ ଥିବା ଉପାଧ୍ୟାୟ ଏକ ବିଲ୍‌ ପାସ୍‌ କରିବା ଲାଗି ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ବ୍ୟକ୍ତି ଜଣକ ଏ ନେଇ ଭିଜିଲାନ୍ସ ବିଭାଗ ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ବ୍ୟକ୍ତି ଜଣକ ଆଜି ଶ୍ରୀ ଉପାଧ୍ୟାୟଙ୍କୁ ଭେଟି ଟଙ୍କା ଲାଞ୍ଚ ଦେଇଥିଲେ। ଉପାଧ୍ୟାୟ ଟଙ୍କା ନେବା ପରେ ପୂର୍ବରୁ ବାହାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲେ।

ଶ୍ରୀ ଉପାଧ୍ୟାୟଙ୍କ ଗିରଫ କରାଯିବା ସହ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଜାରି ରହିଛି।

Comments are closed.