Odisha Link
Bridging the Missing Links in Odisha

ସାବରକର ବିବାଦ: ଶିବସେନା କହିଲା ମହାନ, ଗିରିରାଜ କହିଲେ ଜିହ୍ନା କଂଗ୍ରେସର ଆଦର୍ଶ

ନୂଆଦିଲ୍ଲୀ: କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। କାରଣ କଂଗ୍ରେସ ଦାବି କରିଛି ଯେ ହିନ୍ଦୁ ମହାସଭାର ସହ ସଂସ୍ଥାପକ ବିନାୟକ ଦାମୋଦର ସାବରକର ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟକାରୀ ନାଥୁରାମ ଗଡ଼ସେଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା। ଏହାକୁ ନେଇ ଶ୍ରୀ ସିଂହ କହିଛନ୍ତି ଯେ, କଂଗ୍ରେସ ପାର୍ଟି ଏଥିପାଇଁ ସାବରକରଙ୍କୁ ଗାଳି କରିଥାଏ କାରଣ ଦଳ ଜିହ୍ନାଙ୍କୁ ଆଦର୍ଶ ମାନିଥାଏ। ଏଥିସହ ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ଶିବସେନା ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛି।

ଗିରିରାଜ ସିଂହ କହିଛନ୍ତି ଯେ,’ ଆଉ ସେହି ଦିନ ବେଶି ଦିନ ନାହିଁ କଂଗ୍ରେସ ବହି ପଢ଼ିବ ଯେ ଜିହ୍ନା କେତେ ଭଲ ନେତା ଥିଲେ। ଦଳ ଜିହ୍ନାଙ୍କୁ ଆଦର୍ଶ ମାନିଥାଏ ସେଥିପାଇଁ ସାବରକରଙ୍କୁ ଗାଳି ଦେଇଥାଏ।’ ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର କଂଗ୍ରେସ ସେବା ଦଳ ୧୦ଦିନ ଏକ କ୍ୟାମ୍ପ କରି ଏକ ପୁସ୍ତକ ବଣ୍ଟନ କରାଯାଇଥିଲା। ଯେଉଁଥିରେ କି ଗଡସେ ଏବଂ ସାବରକରଙ୍କ ଭିତରେ ଶାରୀରିକ ସମ୍ବନ୍ଧ ରହିଥିବା ଦାବି କରାଯାଇଛି। ଏହାକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଗିରିରାଜ ସିଂହ।

ଏଥିସହିତ ସେ କହିଛନ୍ତି ଯେ, କଂଗ୍ରେସ ଦଳର ଏକ ଏଜେଣ୍ଟା ଅଛି। ତାହା ହେଉଛି ଦେଶକୁ ନୀଚ ଦେଖାଇବା ଓ ପାକିସ୍ତାନର ଭାଷା କହିବା। ୧୯୪୭ ମସିହା ପୂର୍ବରୁ ଜିହ୍ନା ଯେଉଁଭଳି ବ୍ୟବହାର କରୁଥିଲେ ତାହା ଏବେ କଂଗ୍ରେସ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କଂଗ୍ରେସର ସେବା ଦଳ ବାଣ୍ଟୁଥିବା ପୁସ୍ତକକୁ ନେଇ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ବୀର ସାବରକର ମହାନ ବ୍ୟକ୍ତି ଥିଲେ ଓ ମହାନ ବ୍ୟକ୍ତି ହୋଇ ରହିବେ ମଧ୍ୟ। ଏକ ଦଳ ସର୍ବଦା ସାବରକରଙ୍କ ବିରୋଧରେ କହିଥାଏ। ଏଥିରୁ ଜଣାପଡେ ଯେ ସେ ଯିଏ ବି ହେଉ ତାଙ୍କ ଚିନ୍ତାଧାରାରେ କେତେ ଖରାପ।

Comments are closed.