Odisha Link
Bridging the Missing Links in Odisha

ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରୁଛି ଆବେ ଓ୍ବେଷ୍ଟ୍‌ ସର୍ଭିସେସ୍‌

ଭୁବନେଶ୍ବର: ଓଡ଼ିଶାର ୧ ନମ୍ବର (ପି.ଆଇ) ଏଜେନ୍ସି, ଆବେ ଓ୍ବେଷ୍ଟ୍‌ ସର୍ଭିସେସ୍‌ ଗରିବ ଓ ଅସହାୟ ଯୁବ ପିଢ଼ିଙ୍କୁ ନିଯୁକ୍ତିର ସୁଯୋଗ ଦେବା ସହ ସ୍ବାବଲମ୍ବୀ କରିଛି। ଦୀର୍ଘ ଛଅ ବର୍ଷ ହେବ ଯୁବ ପିଢ଼ିଙ୍କୁ ବିଭିନ୍ନ ଟ୍ରେନିଂ ମାଧ୍ୟମରେ ରୋଜଗାର କରିବାର ବାଟ ଦେଖାଇଛି ଏହି ସଂସ୍ଥା। ଆବେ ଓ୍ବେଷ୍ଟ୍ ସର୍ଭିସ୍‌ର ଭୁବନେଶ୍ବରରେ ୩ଟି ଏବଂ ସମଗ୍ର ଓଡିଶାରେ ୧୧ଟି ସଂସ୍ଥା ରହିଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ଗ୍ରମାଞ୍ଚଳରେ ରହିଥିବା ବେକାର ଯୁବକ ଯୁବତୀଙ୍କୁ ରୋଜଗାର କରିବାର ରାସ୍ତା ଦେଖାଇବା ଓ ବେକାରୀ ଦୂରୀକରଣ କରିବା। ଏଥିପାଇ ଏଠାରେ ୩ରୁ ୬ ମାସ ସ୍କିଲ୍ ଡେଭ୍ଲୋପମେଣ୍ଟ ଟ୍ରେନିଂ ଯଥା- ସଫ୍ଟ ସ୍କିଲ୍, ସ୍ପୋକେନ୍ ଇଙ୍ଗଲ୍ସ ଏବଂ ଭୋକେସ୍ନାଲ୍ ଟ୍ରେନିଂ ଆଦି ପ୍ରଦାନ କରାଯାଏ।
ଏହି ସଂସ‌୍ଥା ବାର୍ଷିକ ୨୦,୦୦୦ ଯୁବକ ଯୁବତୀଙ୍କୁ କୁଶଳୀ କରିବାରେ ସାହାର୍ଯ୍ୟ କରିଥାଏ। ଖୁବ୍‌ଶୀଘ୍ର ରାଜ୍ୟ ବାହାରେ ମଧ୍ୟ ଏହାର ଶାଖା ଖୋଲାଯିବାର ଯୋଜନା ରହିଛି। ଏହାସହିତ ଦକ୍ଷତା ବିକାଶ କ୍ଷେତ୍ରରେ ନୂଆ କୋର୍ସ ସାମିଲ କରାଯିବ। ୨୦୨୨ ସୁଦ୍ଧା ୨ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ ହେବେ ବୋଲି ଆବେ ଓ୍ବେଷ୍ଟ୍‌ ପରିଚାଳନା ନର୍ଦ୍ଦେଶକ ପୃଥୀରାଜ ଦାସ ସୂଚନା ଦେଇଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏବେ ଭୁବନେଶ୍ବର, ଯାଜପୁର, ରାଉରକେଲା ଓ ବାରିପଦାରେ କମ୍ପାନୀର ୧୧ଟି ଦକ୍ଷତା ବିକାଶ ତାଲିମ କେନ୍ଦ୍ର ରହିଛି। ଏହି ତାଲିକ କେନ୍ଦ୍ରରେ ପଞ୍ଚମ ଶ୍ରେଣୀରୁ ଉର୍ଦ୍ଦ୍ବ ପାଠ ପଢ଼ିଥିବା ଛାତ୍ରଛାତୀଙ୍କୁ ସରକାର ଯୋଜନାରେ ମାଗଣାରେ ସିଲେଇ, ଅତିଥ୍ୟ ସେବା, ଖୁଚୁରା ବ୍ୟବସାୟ ଭଳି କ୍ଷେତ୍ର ପାଇଁ କୌଶଳ ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।
ଅନ୍ୟପଟେ ଏହି ସଂସ୍ଥା ଗ୍ରାମୀଣ ଏବଂ ଅସହାୟ ପିଲାମାନଙ୍କୁ ମୁଖ୍ୟତଃ ଗୁରୁତ୍ବ ଦେଇଥାଏ। ଯେଉଁମାନଙ୍କ ପାଖରେ ପଢିବା ନିମନ୍ତେ ସାଧନର ଅଭାବ ରହିଛି ସେହି ପିଲାମାନଙ୍କୁ ଏଠାରେ ରହି ଟ୍ରେନିଂ ନାବେ ସହ ମାଗଣାରେ ରହିବା, ଖାଇବା ଏବଂ ପଢିବା ନିମେନ୍ତ ଖାତା,ବହି, ବ୍ୟାଗ୍, କଲମ ଇତ୍ୟାଦି ଯୋଗାଇ ଦିଆଯାଏ।

Comments are closed.