Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ପେଟ୍ରୋଲିଅମ୍‌ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତିଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏ ବିଷୟରେ ନିଜେ କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ଟ୍ୱିଟ୍‌ କରିଛନ୍ତି।

ଏହି ଅବସରରେ ଧର୍ମେନ୍ଦ୍ର ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏକ ଟ୍ୱିଟ୍‌ରେ ସେ କହିଛନ୍ତି, “ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନଠାରେ ଭେଟିବା ସହ ତାଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲି। ବିଭିନ୍ନ ବିଷୟ ଉପରେ ତାଙ୍କ ସହ ଚର୍ଚ୍ଚା କଲି ଏବଂ ତାଙ୍କର ମାର୍ଗଦର୍ଶନ ନେଲି।”

Comments are closed.