Odisha Link
Bridging the Missing Links in Odisha

ଚିଦାମ୍ବରମଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣିଥରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ପଚରାଉଚରା କରିଛି। ଏହାପୂର୍ବରୁ ଚିଦାମ୍ୱରମ ଆଇଏନଏକ୍ସ ମିଡିଆ ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇ ତିନି ମାସରୁ ଅଧିକ ସମୟ ତିହାର ଜେଲରେ ରହି ଜାମିନରେ ମୁକୁଳିଛନ୍ତି।

କଂଗ୍ରେସ ସରକାର ଅମଳରେ ଏୟାର ଇଣ୍ଡିଆ ପାଇଁ ୧୧୧ଟି ଉଡାଜାହାଜ କିଣାଯାଇଥିଲା। ଯାହାକୁ ନେଇ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ନେତା ତଥା ପୁର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ୬ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା। ଇହି ଅଧିକାରମାନେ କହିଛନ୍ତି ଯେ ଆର୍ଥିକ ହେରଫେର ପ୍ରତିରୋଧ ଆଇନ୍‌ (ପିଏମ୍‌ଏଲଏ) ଅନୁଯାୟୀ ଚିଦାମ୍ବରମଙ୍କ ରେକର୍ଡ କରାଯାଇଛି। ବିମାନ କିଣାରେ ବ୍ୟାପକ ଦୁର୍ନିତି ଯୋଗୁଁ ଏୟାର ଇଣ୍ଡିଆ ବହୁକୋଟି ଟଙ୍କାର କ୍ଷତି ସହିଥିଲା। ୟୁପିଏ ସରକାର ସମୟରେ ୭୦,୦୦୦ କୋଟି ଟଙ୍କାରେ ୧୧୧ଟି ବିମାନ କ୍ରୟ କରାଯାଇଥିଲା।

Comments are closed.