Odisha Link
Bridging the Missing Links in Odisha

ସ୍ତ୍ରୀକୁ ସ୍ମଶାନରେ ପୋତିଦେଲା ସ୍ୱାମୀ

ଜୟପୁର: ଜୟପୁର ନିକଟସ୍ଥ ବ୍ରାହ୍ମଣୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପତ୍ନୀଙ୍କୁ ହତ୍ୟା କରି ସ୍ମଶାନରେ ପୋତିଦେଲା ସ୍ବାମୀ । ଖବର ପାଇ ସ୍ମଶାନରୁ ଶବ ଉଦ୍ଧାର କଲା ଜୟପୁର ପୋଲିସଘଟଣାସ୍ଥଳରେ ପହଞ୍ଚି ଏସ୍‌ଡିପିଓ ଓ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ତଦନ୍ତ ଆରମ୍ଭ କରିଛନ୍ତି ।
ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଖୋଳି ବାହାର କରିଛି । ମୃତକ ଜଣଙ୍କ ଡମୁଣି ହରିଜନ ବୋଲି ପରିଚ ମିଳିଛି । ହତ୍ୟାକାରୀ ସ୍ବାମୀ ରମେଶ ହରିଜନକୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଗତ ୨ ତାରିଖ ଦିନ ସ୍ତ୍ରୀକୁ ହତ୍ୟା କରି ପୋତି ଦେଇଥିଲା ସ୍ବାମୀ । ଏବେ ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।

Comments are closed.