Odisha Link
Bridging the Missing Links in Odisha

ଅଶାନ୍ତ ଜେଏନୟୁ

ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜବହାରଲାଲ ନେହେରୁ ୟୁନିଭରସିଟି(ଜେଏନୟୁ)। ଆଜି ସନ୍ଧ୍ୟାରେ ଜେଏନୟୁ ଛାତ୍ରବାସରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। କିଛି ଯୁବକ ମାନେ ମୁହଁରେ କପଡା ବାନ୍ଧି ଲାଠି-ବାଡି ଧରି ହଷ୍ଟେଲରେ ପଶି ଛାତ୍ରମାନଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଜେଏନୟୁ ଛାତ୍ରସଂଘ ସଭାପତି ଆଇଶିି ଘୋଷ ଗୁରୁତର ଆହତ ହୋଇଛନ୍ତି। ଆଇଶିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଆଇଶିଙ୍କ କହିବା ଅନୁଯାୟୀ. କିଛି ଯୁବକ ମାନେ ମୁହଁରେ ମାସ୍କ ପିନ୍ଧି ଅଚାନକ ଆକ୍ରମଣ କରିଥିଲେ। ଏପରିକି ହଷ୍ଟେଲ ମଧ୍ୟରେ ପଶି ମାଡ ମାରିଥିଲେ। ଏହି ଆକ୍ରମଣରେ ଏବିଭିପିର ହାତ ଅଛି ବୋଲି ଜେଏନୟୁ ଛାତ୍ର ସଂଘ କହିଛି।

ଏହା ପରେ ରିପୋର୍ଟ ମଗାଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “ଆମେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ବର୍ତ୍ତମାନର ସ୍ଥିତି ନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କଠାରୁ ରିପୋର୍ଟ ମାଗିଛୁ। ଆମେ କୁଳପତିଙ୍କ ସହ କଥା ହେଇଛୁ। ଦିଲ୍ଲୀ ପୁଲିସ୍‌ ସହ ମଧ୍ୟ ଶାନ୍ତି ଶୃଙ୍ଖଳା ନେଇ କଥା ହେଇଛୁ।”

ଅନ୍ୟପଟେ ଏବଭିପି ଅଭିଯୋଗ କରିଛି ଯେ, ଏସଏଫଆଇ, ଆଇସା, ଡିଏସଏଫ ସଙ୍ଗଠନର ଛାତ୍ର ମାନେ ଏବିଭିପି ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଉଭୟ ଛାତ୍ର ସଙ୍ଗଠନ ମଧ୍ୟରେ ହୋଇଥିବା ଆକ୍ରମଣରେ ଏଯାଏଁ ୧୮ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ବେଳେ ୧୧ ଜଣ ଛାତ୍ରଙ୍କର କୌଣସି ଖୋଜଖବର ମିଳୁନାହିଁ।

Comments are closed.