Odisha Link
Bridging the Missing Links in Odisha

ସଲ୍‌ମାନ୍‌ଙ୍କୁ ନେଇ ଏମିତି କହିଲେ ହିମାଂଶୀ

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ର ଟିଆରପି ବଢିବା ସହ ଘରେ ଭିତରେ କଳି ଝଗଡା, ରୋମାନ୍ସ ଟ୍ୱିଷ୍ଟ୍‌ ଲାଗି ରହିଥାଏ। କିଛି ଦିନ ତଳେ ଶୋ’ର ପ୍ରତିଯୋଗୀମାନେ ରହୁଥିବା ଘରେ ଯାଇ ହଠାତ୍‌ ସଲମାନ୍‌ ଖାନ୍‌ ପହଞ୍ଚି ଯାଇଥିଲେ ଏବଂ ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍‌ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କରିଥିଲେ। ଏହି ଘଟଣାକୁ ନେଇ ଏବେ ‘ବିଗ୍‌ ବସ୍‌-୧୩’ର ଏକ୍ସ ପ୍ରତିଯୋଗୀ ହିମାଂଶୀ ଖୁରାନାଙ୍କ ଏକ ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏହି ଭିଡିଓରେ ସେ ସଲ୍‌ମାନ୍‌ଙ୍କୁ ନେଇ କିଛି ଖୁଲାସା କରିବା ସହ ସଲ୍‌ମାନ୍‌ଙ୍କ ଉପରେ ଆରୋପ ମଧ୍ୟ ଲଗାଇଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ହିମାଂଶୀ Manicure କରୁଛନ୍ତି। ଏହି ସମୟରେ ସେ କହୁଛନ୍ତି, ‘ବିଗ୍‌ ବସ୍‌’ ରେ ବାସନ ଧୋଇ ହାତ ଖରାପ ହୋଇଯାଇଛି।’ ଠିକ୍‌ ଏହି ସମୟରେ ଜଣେ ଯୁବକ କହୁଛନ୍ତି, ‘ସଲ୍‌ମାନ୍ ତ ପୁଣି ବାସନ ଧୋଇ ଥିଲେ, ଡ୍ରାମା ବହୁତ ଭଲ ଥିଲା।’ ଏହାର ଉତ୍ତରରେ ହିମାଂଶୀ କହିଥିଲେ, ‘ସଲ୍‌ମାନ୍‌ ୬୩୦ କୋଟି ଟଙ୍କା ନେଇଥିଲେ, ତେଣୁ ସେ ଧୋଇବେ ନା..’

https://www.instagram.com/p/B67Rbznnpfy/?utm_source=ig_web_copy_link

‘ବିଗ୍‌ ବସ୍‌-୧୩’ର ଫାଇନାଲ ପାଖେିଇ ଆସୁଥିବାରୁ ପ୍ରତିଯୋଗୀମାନେ ପରସ୍ପର ସହ କଡା ପ୍ରତିଦ୍ବନ୍ଦିତା କରୁଛନ୍ତି। ଚଳିତ ବର୍ଷ ଶୋ’ର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟିଆରପି ଲଗାତର ବଢ଼ିବାରେ ଲାଗିଛି।

Comments are closed.