କନିଷ୍ଠ ଯନ୍ତ୍ରୀ ନିଖୋଜ

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଏମ. ଭେଙ୍କଟ ରାଓ ନିଖୋଜ ଥିବା ନେଇ ମଙ୍ଗଳବାର ଜଣାପଡ଼ିଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ପକ୍ଷରୁ ବି.ସିଂହପୁର ଥାନାରେ ଏତଲା ଦିଆଯାଇଛି।
ସୂଚନାଯୋଗ୍ୟ ଯନ୍ତ୍ରୀ ଏମ୍ . ଭେଙ୍କଟ ରାଓ ସୋମବାର ଅଫିସ କାର୍ଯ୍ୟରେ ହରଡ଼ାପୁଟ ଯାଇଥିଲେ। ତାଙ୍କ ସହ ଜୟପୁର ଆରଡବ୍ଲ୍ୟୁଏସଏସ ବିଭାଗ ଏସଡିଓ ଏବଂ ଠିକାଦାର ମଧ୍ୟ ଥିଲେ। କିନ୍ତୁ ସେମାନେ ଘରକୁ ଫେରିଥିବା ବେଳେ ଯନ୍ତ୍ରୀଙ୍କ କୌଣସି ପତ୍ତା ମିଳୁ ନାହିଁ। ସମସ୍ତେ ଏକାଠି ଯାଇଥିବାବେଳେ ଯନ୍ତ୍ରୀ କିପରି ନିଖୋଜ ରହିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।