ରାଜଧାନୀରେ ଭାରତ ବନ୍ଦ: ବାଇକ ଭଡା ୧୫୦

ଭୁବନେଶ୍ବର: ସାରା ରାଜ୍ୟରେ ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ। ଏଥିସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ପଡ଼ିଛି। ବନ୍ଦ ସତ୍ତ୍ବେ ରାସ୍ତାରେ ଗଡ଼ୁଛି ବାଇକ। ଯାହାର ଫାଇଦା ଉଠାଇଛନ୍ତି ବାଇକ ଆରୋହୀ। ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଫଳରେ ଟ୍ୟାକ୍ସି ଓ ଅଟୋ ନଥିବାରୁ ଯାତ୍ରୀମାନେ ବାଇକରେ ଭଡ଼ା କରି ଯାଇଥିବା ସୂଚନା ମିଳିଛି। ବାଇକରେ ଯାତ୍ରୀମାନେ ଭଡ଼ା ଗଣିଛନ୍ତି ୧୫୦ଟଙ୍କା। ବିମାନ ବନ୍ଦରରୁ ମାଷ୍ଟର କ୍ୟାଣ୍ଟିନ୍ ଭଡ଼ା ୧୫୦ଟଙ୍କା ରହିଛି।
ସୂଚନାଥାଉକି, ଆଜି ଦେଶବ୍ୟାପି ଧର୍ମଘଟ। କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ପାଇଁ ସାରା ରାଜ୍ୟରେ ବସ୍ ଟ୍ରେନ୍ ଚଳାଚଳ ଠପ୍ ହୋଇଯାଇଛି। ଏହାର ପ୍ରଭାବ ମଧ୍ୟ ସାରା ରାଜ୍ୟରେ ଦେଖିବାକୁ ମିଳିଛି।