Odisha Link
Bridging the Missing Links in Odisha

ଭାରତ ବନ୍ଦ ସତ୍ତ୍ବେ ବାରିପଦା ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସାରା ଦେଶ ତଥା ରାଜ୍ୟରେ ଟ୍ରେଡ ୟୁନିୟନ ପକ୍ଷରୁ ୧୨ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି। ଫଳରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ପ୍ରମୁଖ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦର ପ୍ରଭାବ ଥିବା ସତ୍ତ୍ବେ ଆଜି ବାରିପଦା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମିଳିଥିବା ଖବର ଅନୁଯାୟୀ, କଡ଼ା ସୁରକ୍ଷା ବଳୟରେ ବିମାନ ବନ୍ଦର ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବାରିପଦା ଗସ୍ତ କରିଛନ୍ତି ବୋଲି ସୂଚନା ରହିଛି। ଆଜି ବାରିପଦାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

Comments are closed.