Odisha Link
Bridging the Missing Links in Odisha

ଭାରତ ବନ୍ଦରେ କେଉଁ ସବୁ ସ୍କୁଲ ଛୁଟି ଜାଣନ୍ତୁ…

ଭୁବନେଶ୍ୱର : ୧୨ ଦଫା ଦାବି ନେଇ ଆଜି ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି। ଭାରତବନ୍ଦରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡିଶାର ୧୫ ଜିଲ୍ଲାର ସ୍କୁଲରେ ଛୁଟି ଘୋଷଣା କରାଯାଇଛି। ସତର୍କତା ଦୃଷ୍ଟିରୁ ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କନ୍ଧମାଳ, ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା, ଭଦ୍ରକ, ଗଜପତି, ଜଗତସିଂହପୁର, ରାୟଗଡ଼ା, ଝାରସୁଗୁଡ଼ା, ନୟାଗଡ଼, ବୌଦ୍ଧ, ଯାଜପୁର, ମାଲକାନଗିରି, କେନ୍ଦ୍ରାପଡ଼ା ଓ କଳାହାଣ୍ଡି।ଗତକାଲିଠାରୁ ସରକାର ଫୁଲବାଣୀ, ଗଞ୍ଜାମ, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଥିଲେ। ଆଜି ପରିସ୍ଥିତିକୁ ଦେଖି ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ବିଭିନ୍ନ ଦାବି ନେଇ ଆଜି ଭାରତବନ୍ଦ ଡାକରା ଦିଆଯାଇଛି। ଏହି ଭାରତବନ୍ଦରେ ଡାକରାରେ ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ଶ୍ରମିକ ସଂଗଠନ ସମୂହ ସାମିଲ ହୋଇଛନ୍ତି। ଓଡ଼ିଶାରେ ଏହି ବନ୍ଦକୁ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି। ଏହାର ପ୍ରଭାବରେ ଆଜି ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ବସ୍‌ ଓ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ଆମ୍ବୁଲାନ୍ସ ଚଳାଚଳ ହେଉଥିବା ସହ ମେଡିସନ୍ ଦୋକାନଗୁଡ଼ିକ ଖୋଲା ରହିଛି।

Comments are closed.