Odisha Link
Bridging the Missing Links in Odisha

ସ୍ତ୍ରୀକୁ ହତ୍ୟା କରି ଘରେ ପୋତିଦେଲା ସ୍ୱାମୀ

ସମ୍ବଲପୁର : ଆଠ ଦିନ ହେଲା ନିଖୋଜ ଥିବା ମହିଳାଙ୍କୁ ହତ୍ୟା କରାଯାଇ ଘର ଭିତରେ ପୋତିଦେଇଥିବା ଅଭିଯୋଗ ହୋଇଛି । ଥାନରେ ଅଭିଯୋଗ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର କବାଟ ଖୋଲାଯାଇ ମାଟି ଖୋଳା ଚାଲିଛି ।
ସୂଚନା ଅନୁସାରେ, ସମ୍ବଲପୁର ସାକ୍ଷୀପଡା ଅନ୍ତର୍ଗତ ବାହାଲପଡା ଅଞ୍ଚଳର କୁନାଲ ସିଂଙ୍କୁ ଦେଢ ବର୍ଷ ତଳେ ବିବାହ କରିଥିଲେ ବିହାରର ଆରତୀ ଦେବୀ । ଗତ ୩୧ ତାରିଖରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏହାପରଠୁ ଆରତୀ ନିଖୋଜ ହୋଇଯାଇଥିଲେ । ଆରତୀ ନିଖୋଜ ନେଇ ଶ୍ବଶୁରଘର ଲୋକ ଧନୁପାଲୀ ଥାନାରେ ଏତଲା ବି ଦେଇଥିଲେ ।
ସନ୍ଦେହ ହେବାରୁ ଧନୁପାଲି ପୋଲିସ କୁନାଲଙ୍କ ଘରକୁ ଆସି ତଦନ୍ତ ଆରମ୍ଭ କରିବା ସହ ଘର ଖୋଳୁଥିବା ଜଣାପଡିଛି । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଓ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତ ଅଛନ୍ତି । ମାତ୍ର ସ୍ବାମୀ କୁନାଲଙ୍କ ସହ ପରିବାର ଲୋକ ଫେରାର ହୋଇଯାଇଥିବା ଜଣାପଡିଛି ।

Comments are closed.