ମୋଦିଙ୍କ ବାପା-ଦାଦା ନଥିଲେ ସ୍ବାଧୀନତା ସଂଗ୍ରାମୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ସେବା ଦଳକୁ ବିଜେପି ଟାର୍ଗେଟ କରିବା ପରେ କମଲନାଥ ଭୋପାଳରେ ଆୟୋଜିତ ଏକ କାର୍ଯକ୍ରମରେ କହିଛନ୍ତି ଯେ, କିଛି ଲୋକ କଂଗ୍ରେସକୁ ରାଷ୍ଟ୍ରବାଦର ପାଠ ପଢ଼େଇବେ ବୋଲି କହୁଛନ୍ତି।
ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁଁ ନରେନ୍ଦ୍ର ମୋଦିଙ୍କୁ କହିବାକୁ ଚାହେଁ ଯେ, ବିଜେପିର ଏଭଳି ଏକ ନେତା ନାମ କୁହନ୍ତୁ ଯିଏକି ଜଣେ ସ୍ବାଧୀନତା ସଂଗ୍ରାମୀ। ଏପରିକି ନିଜର ସମ୍ପର୍କୀୟଙ୍କ ନାମ କୁହନ୍ତୁ ଯିଏକି ଜଣେ ସ୍ବାଧିନତା ସଂଗ୍ରାମୀ। ଏମାନଙ୍କର କେହି ସ୍ବାଧୀନତା ସଂଗ୍ରାମୀ ନଥିଲେ ଆଉ ଆମକୁ ରାଷ୍ଟ୍ରବାଦର ପାଠ ପଢ଼ଉଛନ୍ତି ବୋଲି କମଲନାଥ କହିଛନ୍ତି।
କମଲନାଥ ଆହୁରି କହିଛନ୍ତି ଯେ, ଆମ ଦେଶ ହେଉଛି ସଂସ୍କୃତି ସହିଷ୍ଣୁର ଦେଶ। ଏହା ଆମ ସମ୍ବିଧାନର ମୁଲ୍ୟ ଅଟେ। ହେଲେ ଆଜି ସମ୍ବିଧାନ ଉପରେ ଆକ୍ରମଣ କରାଯାଉଛି। ଭବିଷ୍ୟତରେ ଏହାର କଣ ପ୍ରଭାବ ପଡ଼ିବ ବୋଲି କହିଛନ୍ତି କମଲନାଥ।