Odisha Link
Bridging the Missing Links in Odisha

ବିଜ୍ଞାପନ କରି ବିବାଦ ଘେରରେ ଅକ୍ଷୟ କୁମାର

ମୁମ୍ବାଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାର ନିଜର ଗୋଟେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେ ଅନେକ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବା ସହ ହିଟ ସିନେମା ମଧ୍ୟ ଦେଇଛନ୍ତି । ତାଙ୍କ ଅଭିନୀତ ସିନେମା ବାଲା ହିଟ ହୋଇଥିଲା । କିନ୍ତୁ ଆକ୍ସନ ହିରୋ ଏବେ ଏକ ବାବାଦ ଘେରରେ ପଡ଼ି ଯାଇଛନ୍ତି ।

ଅକ୍ଷୟ ଏବିଭିପି ପତାକା ଧରିଥିବା ଫଟୋକୁ ନେଇ ସମାଲୋଚନା କରାଯାଉଥିବା ସମୟରେ ୱାଶିଂପାଉଡର୍‌ର ବିଜ୍ଞାପନ ପାଇଁ ବିବାଦ ଘେରକୁ ଆସିଯାଇଛନ୍ତି । ସେ ଏହି ବିଜ୍ଞାପନରେ ମରାଠା ଯୋଦ୍ଧାଙ୍କର ଅପମାନ କରିଛନ୍ତି ବୋଲି ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ମୁମ୍ବାଇର ବର୍ଲି ପୁଲିସ୍‌ ଥାନାରେ ଅକ୍ଷୟଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଏହି ବିଜ୍ଞାପନରେ ଅକ୍ଷୟ ମରାଠା ସଂସ୍କୃତିର ଅପମାନ କରିଛନ୍ତି ଓ ଲୋକଙ୍କ ଭାବନାକୁ ଆଘାତ କରିଛନ୍ତି। ସୋଶାଲ୍‌ ମିଡିଆରେ ମଧ୍ୟ ଅକ୍ଷୟଙ୍କୁ ଟ୍ରୋଲ୍‌ କରାଯାଉଛି। ସମସ୍ତେ ଏହାକୁ ଏକ ବାଜେ ବିଜ୍ଞାପନ ବୋଲି କହିଛନ୍ତି । ଏଥିସହ ବିଜ୍ଞାପନ ତିଆରି କରିଥିବା କମ୍ପାନୀ ‘ନିର୍‌ମା ’କୁ ମଧ୍ୟ ସମାଲୋଚନା କରିଛନ୍ତି। ଟ୍ୱିଟର୍‌ରେ #BoycottNirma ଟ୍ରେଣ୍ଡ୍ କରୁଛି।

ଏହି ବିଜ୍ଞାପନରେ ଅକ୍ଷୟ ଜଣେ ମରାଠା ଶାସକ ଭୂମିକାରେ ଅଭିନୟ କରିଛନ୍ତି, ଯୁଦ୍ଧ ଜିତି ଫେରୁଛନ୍ତି । ଆଉ ସେନାବାହିନୀଙ୍କୁ ବିଜୟର ଖୁସି ମନାଇବା ପାଇଁ କହୁଛନ୍ତି। ହେଲେ ଜଣେ ସେନାଙ୍କ ପତ୍ନୀ ସମସ୍ତଙ୍କ ପୋଷାକ ମଇଳା ହୋଇଥିବା ଦେଖି କଟାକ୍ଷ କରୁଛନ୍ତି ।

ଆଉ ତା ପରେ ନିଜେ ଅକ୍ଷୟ ନାଚି ନାଚି ଲୁଗା ସଫା କରୁଛନ୍ତି । ତେବେ ଜଣେ ମରାଠା ସମ୍ରାଟଙ୍କର ପରଦାରେ ଏଭଳି ପ୍ରତିଛବି ଦେଖାଇଥିବାରୁ ଦର୍ଶକ ଏହାର କଡ଼ା ନିନ୍ଦା କରିଛନ୍ତି । ଏଭଳି ବିଜ୍ଞାପନ କରିଥିବାରୁ ଅକ୍ଷୟଙ୍କର କ୍ଷମା ମାଗିବା ଉଚିତ୍‌ ବୋଲି ସମସ୍ତେ କହିଛନ୍ତି ।

Comments are closed.