Odisha Link
Bridging the Missing Links in Odisha

ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଋଷିକେଶ ଦେୱଡିକର୍‌କୁ ପୁଲିସ ଗିରଫ କରିଛି। ଫେରାର ଅଭିଯୁକ୍ତ ଋଷିକେଶକୁ ବେଙ୍ଗାଲୁରୁ ଏସଆଇଟି ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର କତରାସରୁ ଗିରଫ କରାସାଇଛି। ଋଷିକେଶର ବୟସ ୪୪ ବର୍ଷ ବୋଲି ଜଣା ପଡିଛି।। ପୁଲିସକୁ ପୂର୍ବରୁ ସୂଚନା ମିଳିଥିଲା ଯେ, ଋଷିକେଶ ନିଜର ପ୍ରକୃତ ପରିଚୟ ଗୋପନ ରଖି ପ୍ରଦୀପ ଖେମକା ନାମକ ଜଣେ ବ୍ୟବସାୟୀଙ୍କ ପେଟ୍ରୋଲ ପମ୍ପରେ କାମ କରୁଛି ।

ପୁଲିସ କିଛି ଦିନ ଯୁବକଟିର ହାବଭାବ ଏବଂ ଗତିବିଧିକୁ ଲକ୍ଷ୍ୟ କରିବା ପରେ ସେ ଋଷିକେଶ ଦେୱଡିକର୍ ବୋଲି ନିଶ୍ଚିତ ହୋଇଥିଲା। ୨୦୧୭ ସେପ୍ଟେମ୍ବର ୫ ତାରିଖ ଦିନ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା କରାଯିବା ପରଠାରୁ ଋଷିକେଶ ଦେୱଡିକର ଫେରାର୍ ଥିଲା। ଅଭିଯୁକ୍ତ ଋଷିକେଶକୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି। ଋଷିକେଶ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା ବୋଲି ଏସଆଇଟି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛି।

Comments are closed.