Odisha Link
Bridging the Missing Links in Odisha

ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣା: ସାଂଘାତିକ ଦଫା ଲଗାଇଲା ପୁଲିସ

ଭୁବନେଶ୍ବର: ମହଙ୍ଗା ପଡ଼ିଲା ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ। ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଦଙ୍ଗା ଭଳି ସାଂଘାତିକ ଦଫା। ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ। ମାର୍କେଟ ବିଲଡିଂ ଆକ୍ରମଣ ଘଟଣାରେ ୩୦ଜଣ ସଂପୃକ୍ତ ଥିଲେ, ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଚିହ୍ନଟ କରାଯାଇଛି। ଆଜି ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତମାନେ କୌଣସି ଦଳର ନୁହଁନ୍ତି, ଅଧିକାଂଶ ସ୍କୁଲ ପିଲା ବୋଲି କହିଛନ୍ତି କମିସନର। ମୁଖାପିନ୍ଧି ଆତଙ୍କ ଚଲାଇଥିବା ଦୁର୍ବୃତଙ୍କ ମଧ୍ୟରେ ୧୨ ଜଣ ନାବାଳକ ଓ ୬ ସାବାଳକ ଥିଲେ। ଗତକାଲି ମାରପିଟ ପରେ ଘଟଣାସ୍ଥଳରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପୀ, ଚିଂଟୁ ଓ ପ୍ରୀତମ ବୋଲି ସୂଚନା ଦେଇଛନ୍ତି କମିିସନର ସୁଧାଂଶୁ ଷଡଙ୍ଗୀ।

Comments are closed.