Odisha Link
Bridging the Missing Links in Odisha

ପ୍ରାୟଶ୍ଚିତ ପାଇଁ ପୁରୀରେ କଂସ ମହାରାଜ

ପୁରୀ: ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀରେ ପହଞ୍ଚିଛନ୍ତି। ଅଭିନୟରେ ଭଗବାନ କୃଷ୍ଣ ବଳରାମଙ୍କ ଉଦ୍ଦେଶ୍ୟରେ କରିଥିବା ନିନ୍ଦା ପାଇଁ ଅନୁତାପ କରି ପ୍ରାୟଶ୍ଚିତ ନିମନ୍ତେ ସେ ଶ୍ରୀକ୍ଷେତ୍ର ପୁରୀ ଆସିଛନ୍ତି। ମହୋଦଧିରେ ସ୍ନାନ କରି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସାକ୍ଷାତ୍‌ କରିବା ସହ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ କ୍ଷମା ଭିକ୍ଷା କରି ପାପର ପ୍ରାୟଶ୍ଚିତ କରିବେ ଭୁବନେଶ୍ୱର ପଧାନ।

ସୂଚନାଯୋଗ୍ୟ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୀତ ହୋଇଛି ମହାରାଜ କଂସଙ୍କ ବଧ । କଂସବଧ ସହ ୧୧ ଦିନର ଧନୁଯାତ୍ରାରେ ପଡିଛି ଯବନିକା। ଧନୁଯାତ୍ରାର ଦଶମ ଦିନରେ ଦେଖିବାକୁ ମଥୁରା ନଗରୀକୁ କୃଷ୍ଣଙ୍କ ଆଗମନ ହୋଇଥିଲା ଏବଂ କୃଷ୍ଣଙ୍କ ହାତରେ କଂସାସୁରର ବଧ ହୋଇଥିଲା । ୧୧ ଦିନର ଯାତ୍ରାରେ କୃଷ୍ଣ ଜନ୍ମ ଠାରୁ ଆରମ୍ଭ କରି ମଥୁରା ନଗର ପର୍ୟ୍ୟନ୍ତ ସମସ୍ତ ଦୃଶ୍ୟ ଅଭିନୀତ ହୋଇଥିଲା। ଏଥିରେ ବରଗଡ ମଥୁରା ନଗରୀ ଆଉ ଅମ୍ବାପାଲି ଗୋପପୁର ପାଲଟିଥିଲା।

Comments are closed.