Odisha Link
Bridging the Missing Links in Odisha

ଯାନ୍ତ୍ରିକ ତ୍ରୁଟି ନୁହେଁ, ଗୁଳି ମାଡ଼ରେ ଖସିଥିଲା ବିମାନ

ଡେସ୍କ: ୟୁକ୍ରେନର ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗି ଦୁର୍ଘଟଣା ଗ୍ରସ୍ତ ହେବା ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କୁ ମିଶାଇ ୧୭୬ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ମିଳିଛି ନୂଆ ତଥ୍ୟ। ପୂର୍ବରୁ ୟୁକ୍ରେନ ଆନ୍ତର୍ଜାତିକ ଏୟାରଲାଇନ୍ସର ବୋଇଙ୍ଗ ବିମାନ ୭୩୭-୮୦୦ରେ ନିଆଁ ଲାଗିବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିଲା ଏବେ ଏହା ମିଥ୍ୟା ପ୍ରମାଣିତ ହୋଇଛି। କେତେକ ବିଦେଶୀ ସମ୍ବାଦପତ୍ର ଓ ଟେଲିଭିଜନ ଚ୍ୟାନେଲ ଏବଂ ୟୁକ୍ରେନ ସୁରକ୍ଷା ସଂସ୍ଥା ରିପୋର୍ଟ ଅନୁଯାୟୀ ଇରାନର ମିସାଇଲ ମାଡ଼ରେ ବିମାନଟି ଜାଳି ଯାଇଥିଲା ଓ ସେଥିରେ ଯାତ୍ରା କରୁଥିବା ସମସ୍ତ ୧୭୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ସେହି ବିମାନର ବ୍ଲାକ ବକ୍ସ ଉଦ୍ଧାର ହୋଇଥିଲେ ମଧ୍ୟ ଇରାନ ତାହାକୁ ୟୁକ୍ରେନକୁ ହସ୍ତାନ୍ତର କରିବାକୁ ମନ କରିଛି ଫଳରେ ଏହା ନିଶ୍ଚିତ ହୋଇଛି ଯେ ବିମାନଟି ଇରାନର ମିସାଇଲ ମାଡ଼ରେ ହିଁ ଜାଳି ଯାଇଥିଲା।

ୟୁକ୍ରେନର ଏହି ଯାତ୍ରୀବାହୀ ବିମାନ ଉପରକୁ ଉଠିବା ପରେ ଇରାନର ସ୍ୱୟଂ ଚାଳିତ କ୍ଷେପଣାସ୍ତ୍ର ବ୍ୟବସ୍ତା ଅନୁମାନ କରିଥିଲା ଯେ ଆମେରିକାର କୌଣସି ଯୁଦ୍ଧ ଜେଟ ତାର ସୀମା ଭିତରକୁ ପ୍ରବେଶ କରିଛି, ଯାହା ଫଳରେ ଆଖି ପିଛୁଳାକେ ରୁଷ ନିର୍ମିତ କ୍ଷେପଣାସ୍ତ୍ର ଆପେ ଉତକ୍ଷେପଣ ହୋଇ ବିମାନକୁ ଟାର୍ଗେଟ କରିଥିଲା ଓ ଧ୍ୱଂସ କରିଦେଇଥିଲା।

ସେଥିରେ ୪ ଘଣ୍ଟାର ଯାତ୍ରା ପାଇଁ ସମ୍ପୂର୍ଣ୍ଣ ତେଲ ଭର୍ତ୍ତି କରାଯାଇଥିବାରୁ, ଜଳନ୍ତା ବିମାନଟି ଭୂମି ସ୍ପର୍ଶ କରିବା ମାତ୍ରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ଜଣେ ତଦନ୍ତକାରୀ କହିଛନ୍ତି। ଅନ୍ୟ ଏକ ସୂଚନା ଅନୁଯାୟୀ, ବିମାନଟି ରନ ୱେରୁ ପଶ୍ଚିମ ମୁହାଁ ହୋଇ ଉଠିଥିଲା ଓ ମିସାଇଲ ମାଡ ହେବା ପରେ ପୁଣି ବିମାନଘାଟିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଦିଗ ବଦଳାଇ ଥିଲା। ସେତେବେଳେ ବିମାନର ସମ୍ପର୍କ ଗ୍ରାଉଣ୍ଡ ଷ୍ଟେସନ ସହ ବିଛିନ୍ନ ହୋଇଯାଇଥିଲା।

Comments are closed.