Odisha Link
Bridging the Missing Links in Odisha

ଆମେରିକା ସେନା ଉପରେ ପୁଣି ଇରାନର ରକେଟ୍ ମାଡ଼

ବାଗଦାଦ : ଇରାକର ବିମାନଘାଟିରେ ରହୁଥିବା ଆମେରିକା ସେନା ଛାଉଣୀ ଉପରେ ଗତକାଲି ଇରାନ ପକ୍ଷରୁ ରକେଟ ମାଡ କରାଯାଇଛି। ଏଏଫପି ସମ୍ବାଦ ସରବରାହ ସଂସ୍ଥା ଅନୁସାରେ ଇରାନ ପକ୍ଷରୁ ଇରାକର ଏୟାରବେସ ଉପରେ ରବିବାର ୪ଟି ରକେଟ ଆକ୍ରମଣ କରାଯାଇଛି ।ଏହି ଆକ୍ରମଣରେ କ୍ଷୟକ୍ଷତି ତଥା ମୃତାହତଙ୍କ ସଂପର୍କରେ କିଛି ସୂଚନା ମିଳିପାରିନାହିଁ। ଇରାନର କମାଣ୍ଡର କାସିମ ସୁଲେମାନୀର ମୃତ୍ୟୁ ପରେ ଇରାନ ପ୍ରତିଶୋଧ ପରାୟଣ ହୋଇପଡିଛି। ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଗତ ବୁଧବାର ଦିନ ଇରାକ ସ୍ଥିତ ଆମେରିକାର ସେନା ଶିବିର ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରିଥିଲା ଏବଂ ଏଥିରେ ଆମେରିକାର ୮୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି ବୋଲି ଇରାନ ପକ୍ଷରୁ ଦାବି କରାଯାଇଥିଲା।

Comments are closed.