Odisha Link
Bridging the Missing Links in Odisha

ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ

ଯାଜପୁର : ଯାଜପୁର ସ୍ଥିତ ବୈରି ଥାନା ବିଦ୍ୟାଧରପୁର ଗାଁରେ ପୋଲିସର ଆଜି ଜର୍ଦ୍ଦା କାରଖାନାରେ ଉପରେ ଚଢ଼ାଉ କରିଛି । ଏସଡ଼ିପିଓ ଚିନ୍ମୟ ନାୟକ ଙ୍କ ନେତୃତ୍ବରେ ଏହି ଚଢ଼ାଉଟି ହୋଇଥିଲା । ଏହି କାରଖାନାରେ ନାମୀଦାମୀ ବହୁ କମ୍ପାନୀର ଲୋଗ ଥିବା ପ୍ୟାକେଟ ବିପୁଳ ମାତ୍ରାରେ ଜବତ ହୋଇଛି ।

ଏହି ସମୟରେ ଏହି ବେଆଇନ ବ୍ୟବସାୟରେ ଲିପ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିବା ସହ ସେଠାରୁ ବହୁ ନକଲି ଜର୍ଦ୍ଦା ଓ ସରଞ୍ଜମକୁ ଜବତ କରିଛି। ଏହି ନକଲି ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି। ଏହି ଘଟଣା ସେ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.