ସେନସେକ୍ସ ଓ ନିଫ୍ଟିରେ ବୃଦ୍ଧି, କମିଲା ସୁନା ରୂପା ଦର

ମୁମ୍ବାଇ: ସେନସେକ୍ସ ଓ ନିଫ୍ଟିରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି। ସେନସେକ୍ସ ୩୦୦ପଏଣ୍ଟ ବଢି ୪୧,୯୦୦ଛୁଇଁଛି। ଆଜି ଗୋଟିଏ ଦିନରେ ସେନସେକ୍ସରେ ୦.୬୬ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ନିଫ୍ଟିରେ ୭୩ ପଏଣ୍ଟ ବା ୦.୬ପ୍ରତିଶତ ବୃଦ୍ଧି ଘଟିଛି। ନିଫ୍ଟି ୧୨,୩୩୦ ଅଙ୍କ ଛୁଇଁଛି।
ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ଯୋଗୁଁ ସେୟାର ବଜାରରେ ଏଭଳି ଉତଥାନ ପତନ ଦେଖିବାକୁ ମିଳିଛି। ତେବେ ଯୁଦ୍ଧ ଆଶଙ୍କା ଟଳିବାରୁ ବଜାରରେ ଏଭଳି ଉତ୍ସାହ ଦେଖାଦେଇଥିବା ଜଣାପଡିଛି। ଆଗାମୀ ଫେବୃଆରୀ ପହିଲାରେ ବଜେଟ ଉପସ୍ଥାପନ ହେବାକୁ ଥିବାରୁ ଏହା ପୂର୍ବର ଘଟଣାକ୍ରମ ବଜାର ଉପରେ ପଡିପାରେ। ସେପଟେ ସୁନା ରୂପାଦର ବି ଆଜି ସାମାନ୍ୟ ହ୍ରାସ ପାଇଛି। ତେଲ ଦର ବି ସାମାନ୍ୟ କମିଛି।