Odisha Link
Bridging the Missing Links in Odisha

ଅନନ୍ତଙ୍କ ନାଁରେ ମାମଲା ହେଉ: ସାଲୁଜା

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନାମରେ ମାମଲା ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ରାତି ଅଧରେ ବିଧାୟକ ଓ ଡିଏସପି ଯାଇ ଭୟଭୀତ କରିଛନ୍ତି। ଭୟମୀତ ହୋଇ ସେ ଆଉ ଓଡ଼ିଶାରେ ରହିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ଶ୍ରୀ ସାଲୁଜା। ରାତି ଅଧରେ ଭୟଭୀତ କରିଥିବାରୁ ତାଙ୍କ ନାଁରେ ମାମଲା ଅଭିଯୁକ୍ତଙ୍କ ଭଳି ଉଭୟଙ୍କ ନାଁରେ ସମାନ ଦଫା ଲାଗୁ କରାଯାଉ ହେଉ ବୋଲି ଦାବି କରିଛନ୍ତି ଶ୍ରୀ ସାଲୁଜା।

ସୂଚନାଥାଉକି, ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଶିଖ ବ୍ୟକ୍ତି ପରବିନ୍ଦରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାରେ ପରବିନ୍ଦରଙ୍କ ପତ୍ନୀ କମଲଜିତ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ,ଗତକାଲି ରାତିରେ ୩/୪ଜଣ ଲୋକ ତାଙ୍କ ଘରକୁ ଆସିଥିଲେ। ରାତି ପ୍ରାୟ ଗୋଟାଏ ବେଳେ କିଛି ଲୋକ ଘରକୁ ଆସି ବେଲ ମାରିଲେ। ବେଲ ମାରିବା ପରେ ଜୋରରେ କବାଟ ବାଡେ଼ଇଥିଲେ, ତେବେ ମୁଁ ଖୋଲିଲିନି। ବହୁ ସମୟ କବାଟ ବାଡେ଼ଇବା ପରେ ନଖୋଲିବାରୁ ସେମାନେ ପଳାଇଲେ। ମୁଁ ସେ ଲୋକମାନଙ୍କୁ ଦେଖିଛି। କିନ୍ତୁ କାହାକୁ ଚିହ୍ନିନି। ଆଜି ସକାଳେ ସେମାନେ ପୁଣି ଆମ ଘରକୁ ଆସିଥିଲେ। ଆସିଥିବା ଲୋକମାନେ କହିଲେ ଡରନି, ଆମେ ତୁମ ସହ ଅଛୁ ବୋଲି ପରବିନ୍ଦରଙ୍କ ପତ୍ନୀ କମଲଜିତ କହିଛନ୍ତି।

ତେବେ ପରବିନ୍ଦରଙ୍କ ଘରକୁ କେଉଁମାନେ ଆସିଥିଲେ ତାହାର ସିସିଟିଭି ଭିଜୁଆଲ ହସ୍ତଗତ ହୋଇଛି। ଭିଜୁଆଲରେ ଭୁବନେଶ୍ୱରମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା ଓ ପୁଲିସ ଡିଏସପି ଅନୁପ କାନୁନଗୋ ଆସିଥିବା ଦେଖାଯାଉଛନ୍ତି। ତେବେ ଏବେ କମିଶନରେଟ ପୁଲିସରେ ଅନୁପ କାନୁନଗୋ ନାହାନ୍ତି। କମିଶନରେଟରେ ନଥାଇ ବି ସେ କାହିଁକି ଆସିଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଧାୟକ ଦିନରେ ନଆସି ରାତି ଅଧରେ କାହିଁକି ଆସିଥିଲେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ବିଧାୟକ ଅନନ୍ତନାରାୟଣ ଜେନା କହିଛନ୍ତି ଯେ, ସ୍ଥାନୀୟ ବିଧାୟକଭାବେ ମୁଁ ଗୁରୁଦ୍ୱାର ସଭାପତି ସତପାଲ ସିଂହଙ୍କ ସହ ପରବିନ୍ଦରଙ୍କୁ ଭେଟିବାକୁ ଯାଇଥିଲି । ତାଙ୍କୁ ସାନ୍ତ୍ୱନା ଦେବାକୁ ଓ ସମବେଦନା ଜଣାଇବାକୁ ଯାଇଥିଲି। ଆଜି ସକାଳେ ପରବିନ୍ଦରଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲି। ସମବେଦନା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କଲି। ଅଭିଯୁକ୍ତଙ୍କୁ ଜାମିନ ପ୍ରସଙ୍ଗରେ ଆଇନ ତା’ ବାଟରେ ଯିବ ବୋଲି ଶ୍ରୀ ଜେନା କହିଛନ୍ତି। ଅନ୍ୟପଟେ ପୁଲିସ ଡିଏସପି ଅନୁପ କାନୁନଗୋଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.