Odisha Link
Bridging the Missing Links in Odisha

ରାଜଧାନୀରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ପ୍ରଭାବିତ

ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଘନ କୁହୁଡ଼ି ପ୍ରଭାବରେ ରାସ୍ତାର ୧୦୦ ମିଟର ଦୂରରୁ କିଛି ଦେଖାଯାଉନି। ଫଳରେ ରାସ୍ତାରେ ଯାତାୟତ କରୁଥିବା ଯାନବାହନଗୁଡ଼ିକ ଲାଇଟ୍‌ ଦେଇ ମନ୍ଥର ଗତିରେ ଯାଉଥିବାର ଦେଖିବାକୁ ମିଳିଛି। ଖାଲି ରାଜଧାନୀ ନୁହେଁ କଟକରେ ମଧ୍ୟ ସମାନ ଅବସ୍ଥା। ଗତକାଲି ପରି ଆଜି ମଧ୍ୟ ଘନ କୁହୁଡ଼ି ଟ୍ୱିଇନ୍‌ ସିଟି କଟକ-ଭୁବନେଶ୍ୱରରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱରରେ ଘନ କୁହୁଡ଼ି ଥିବାରୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିଲା। ପୂର୍ବାହ୍ନ ୯ଟା ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନବନ୍ଦରର ଭିଜିବିଲିଟି ୧୦୦ମିଟରରୁ କମ୍‌ ରହିବାରୁ ଏଠାରେ ବିମାନ ଅବତରଣ କରିପାରିନଥିଲା କି ଉଡ଼ାଣ କରିବା ସମ୍ଭବ ନଥିଲା। କେବଳ ଭୁବନେଶ୍ୱର ବିମାନବନ୍ଦର ନୁହେଁ, ଦେଶର ବିଭିନ୍ନ ବିମାନବନ୍ଦରରେ ଘନକୁହୁଡ଼ି ଯୋଗୁଁ ଏଠାକୁ ବିମାନଗୁଡ଼ିକ ବିଳମ୍ବରେ ଆସିଥିଲା। ଦିନତମାମ୍ ୧୫ମିନିଟରୁ ଆରମ୍ଭ କରି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ବିମାନଗୁଡ଼ିକ ଉଡ଼ାଣ କରିଥିଲା। ବିଳମ୍ବରେ ବିମାନ ଉଡ଼ାଣ କରିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

Comments are closed.