Odisha Link
Bridging the Missing Links in Odisha

ଭୁବନେଶ୍ୱର ପାଣିପାଗ କେନ୍ଦ୍ରକୁ ଶ୍ରେଷ୍ଠ ପାଣିପାଗ କେନ୍ଦ୍ର ପୁରସ୍କାର

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲା ଶ୍ରେଷ୍ଠ ପାଣିପାଗ କେନ୍ଦ୍ର ପୁରସ୍କାର। ପାଣିପାଗର ସଠିକ ଆକଳନ ସହ ବାତ୍ୟା, ବର୍ଷା ଓ ଖରାର ସଠିକ ତଥ୍ୟ ଦେବା ନେଇ ପାଣିପାଗ କେନ୍ଦ୍ରକୁ ମିଳିଛି ପୁରସ୍କାର। ଓଡିଶାର ପାଣିପାଗ ସହ ଓଡିଶା ଉପରକୁ ମାଡି ଆସୁଥିବା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ଆଗୁଆ ସଠିକ ସୂଚନା ଦେଇଥାଏ ପାଣିପାଗ କେନ୍ଦ୍ର। ମହାବାତ୍ୟା ପରେ ଓଡିଶା ଉପରେ ପ୍ରଭାବ ପକାଇଥିବା ଅନେକ ବାତ୍ୟାର ଗତିବିଧି ଉପରେ ଆଗୁଆ ଆକଳନ କରି ଓଡିଶାବାସୀଙ୍କ ସହ ରାଜ୍ୟ ସରକାରଙ୍କୁ ସତର୍କ କରାଇଛି ଏହି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ହୁଡୁହୁଡୁ, ଫାଇଲିନ, ଫନି ଓ ବୁଲୁବୁଲ ଭଳି ବାତ୍ୟାର ଆଗୁଆ ଅନୁମାନ କରି ଏହା ରାଜ୍ୟ ଉପରେ କେତେ ପ୍ରଭାବ, କେଉଁ ଦିଗ ଦେଇ ଗତି କରିବ, ଆଉ ଓଡିଶାର କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ, ଏ ସମସ୍ତ ଦିଗ ଉପରେ ସଠିକ ଆକଳନ କରି ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଭାରତୀୟ ପାଣିପାଗ କେନ୍ଦ୍ରର ୧୪୫ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାକୁ ମିଳିଛି ଏହି ପୁରସ୍କାର।

Comments are closed.