Odisha Link
Bridging the Missing Links in Odisha

ବନ୍ଦ ହୋଇଯିବ ଆପଣଙ୍କର ଏହି ପ୍ରିୟ ସିରିୟଲ

ମୁମ୍ବାଇ : ବହୁତ ଜଲଦି ବନ୍ଦ ହେବାକୁ ଯାଉଛି ଲୋକ ପ୍ରିୟ ଟିଭି ସିରିୟଲ ‘କୁଲ୍‌ଫି କୁମାର ବାଜେବାଲା’। ସିରିୟଲଟି ୨୦୧୮ ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା। ଦର୍ଶକଙ୍କ ତରଫରୁ ଏହି ଶୋ’କୁ ଭଲ ରେସପନ୍ସ ମଧ୍ୟ ମିଳୁଛି। କିନ୍ତୁ ଏହି ଶୋ ୨୦୨୦ ଫେବୃଆରୀ ୭ ସୁଦ୍ଧା ବନ୍ଦ ହୋଇଯିବ। ତେବେ ଏହି ଶୋ’ ବଦଳରେ ସନ୍ଧ୍ୟା ୭ଟାରେ ମହେଶ ଭଟ୍ଟ ଓ ଗୁରଦେବ ଭଲ୍ଲାଙ୍କର ନୂଆ ଶୋ’ ପ୍ରସାରଣ ହେବ।

ନିକଟରେ ଚର୍ଚ୍ଚା ହେଲା ଯେ ଶୋ’ର ଲିଡ୍‌ ଷ୍ଟାର୍‌ ମୋହିତ ମଲିକ୍ ଶୋ’ ଛାଡ଼ିଦେବେ। ହେଲେ ପରବର୍ତ୍ତୀ ସମୟରେ ସେ ସ୍ପଷ୍ଟ କରିଥିଲେ ଯେ ଶୋ’ ଛାଡ଼ିବେ ନାହିଁ। ତେଣୁ ବର୍ତ୍ତମାନ ହଠାତ୍‌ ଶୋ’ ବନ୍ଦ ହେବା ଖବର ଫ୍ୟାନ୍‌ମାନଙ୍କୁ ନିହାତି ଭାବେ ନିରାଶ କରିଦେବ।

ଦର୍ଶକ ଶୋଟିକୁ ଆରମ୍ଭରୁ ବହୁତ ପସନ୍ଦ କରୁଥିଲେ କିନ୍ତୁ ଶୋ’କୁ ବଡ଼ ଝଟକା ସେବେ ଲାଗିଥିଲା ଯେବେ ଚ୍ୟାନେଲ୍‌ ବାଲା ‘ୟେ ଯାଦୁ ହୈ ଜିନ୍‌ କା’ ସିରିଏଲ୍‌ ପାଇଁ ଶୋ’ର ଟାଇମିଂ ୮ଟା ୩୦ ରୁ ବଦଳାଇ ସନ୍ଧ୍ୟା ୬ଟା ୩୦ କରିଦେଇଥିଲା ।

‘ନମଃ’ ଶୋଟି ବନ୍ଦ ହେବା ପରେ ପୁଣିଥରେ ‘କୁଲଫି କୁମାର ବାଜେବାଲା’ର ଟାଇମିଂ ବଦଳାଇ ସନ୍ଧ୍ୟା ୭ଟା କରିଦିଆଗଲା ।  କିନ୍ତୁ ବର୍ତ୍ତମାନ ଏହି ଶୋ’ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ତରଫରୁ କୌଣସି ଘୋଷଣା ହୋଇ ନାହିଁ ।

Comments are closed.