Odisha Link
Bridging the Missing Links in Odisha

ଭାରତର ଗଣତନ୍ତ୍ରକୁ ପ୍ରଶଂସା କଲେ ଆମାଜନ ମୁଖ୍ୟ

ନୂଆଦିଲ୍ଲୀ : ଭାରତର ଗଣତନ୍ତ୍ରକୁ ପ୍ରଶଂସା କରିଛନ୍ତି ଆମାଜନ ମୁଖ୍ୟ। ବିଶ୍ବର ସର୍ବବୃହତ ଇ-କମର୍ସ କଂପାନି ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜୋସ୍‌ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ଦୁଇ ଦିନିଆ ‘ସମ୍ଭବ ସମ୍ମିଳନୀ’କୁ ଉଦ୍‌ଘାଟନ କରିବା ସହ ଭାରତର ଗଣତନ୍ତ୍ରକୁ ପ୍ରଶଂସା କରିଛନ୍ତି। ସେ ଆକଳନ କରିଛନ୍ତି, ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେବ। ଭାରତର ଏକ ପ୍ରମୁଖ ବିଶେଷତ୍ବ ହେଉଛି ଏହ‌ାର ଗଣତନ୍ତ୍ର। ଆଗାମୀ ଦିନରେ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ ହେବ ବୋଲି ସେ ଆକଳନ କରିଛନ୍ତି। ଏଥି ସହ ଭାରତ ପାଇଁ ବେଜୋସ୍‌ ବଡ଼ ଯୋଜନା ଘୋଷଣା କରିଛନ୍ତି। ସାରା ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଏବଂ ବ୍ୟବସାୟୀଙ୍କୁ ଡିଜିଟାଲ୍‌ ବିପ୍ଳବରେ ସାମିଲ କରିବା ଲାଗି ତାଙ୍କ କଂପାନି ଆମାଜନ୍‌ ପାଞ୍ଚ ବର୍ଷ ଭିତରେ ୧୦୦ କୋଟି ଡଲାରରୁ (ପ୍ରାୟ ୭୧୦୦ କୋଟି ଟଙ୍କା) ଅଧିକ ପୁଞ୍ଜିନିବେଶ କରିବ। ଏହା ଜରିଆରେ ୧୦ ନିୟୁତ ଏମ୍‌ଏସ୍‌ଏମ୍‌ଇକୁ ଡିଜିଟାଲ୍ ଜଗତରେ ସାମିଲ କରାଯିବ, ଫଳରେ ସେମାନେ ଅନଲାଇନ୍‌ରେ ସାରା ଦୁନିଆରେ ନିଜ କାରବାରକୁ ବଢ଼ାଇପାରିବେ। ଭାରତର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଡିଜିଟାଲ୍ ହାଟ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବେଜୋସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆହୁରି ଅନେକ ବରିଷ୍ଠ ନେତୃବୃନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଆଜି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ଆମାଜନ ମୁଖ୍ୟ ଜେଫ୍ ବେଜୋସ୍‌ଙ୍କୁ ଆଜି ଭାରତରେ ବ୍ୟବସାୟୀମାନେ ବିରୋଧ କରିଛନ୍ତି।

Comments are closed.