Odisha Link
Bridging the Missing Links in Odisha

ନୂଆ ମଙ୍ଗୁଆଳ ପାଇଲା ରାଜ୍ୟ ବିଜେପି, ଶୁଭେଚ୍ଛା ଜଣାଇଲେ ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ ନେତା (ଦେଖନ୍ତୁ ଭିଡିଓ)

ଭୁବନେଶ୍ବର: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ସଭାପତି ହେବେ ସମୀର ମହାନ୍ତି। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ପୂର୍ବତନ ସଭାପତି ବସନ୍ତ ପଣ୍ଡା, ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ, ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ସମୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ବିଜେପି ଉପସଭାପତି ଥିଲେ ସମୀର ମହାନ୍ତି। ୧୬ ବର୍ଷ ପରେ ଉପକୂଳ ନେତାଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ବ। ୨୦୦୪ ମସିହାରୁ ପଶ୍ଚିମ ଓଡ଼ିଶାର ନେତାଙ୍କ ହାତରେ ଥିଲା ରାଜ୍ୟ ବିଜେପିର ଡୋରି।

୧୯୭୭ରେ ଏବିଭିପିରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସମୀର ୧୯୮୪ର ବିଜେପି ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ହୋଇଥିଲେ। ତେବେ ୧୯୮୫ରେ ସରକାରୀ ଚାକିରିରେ ଯୋଗଦାନ କରି ବିଡିଏର ଉପ ସୂଚନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ମାତ୍ର ୧୯୯୫ରେ ଚାକିରି ଛାଡି ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ତୁଲାଇଥିଲେ ସମୀର। ୨୦୦୦ରେ ରାଜ୍ୟ ବିଜେପିର ସଂପାଦକ ହୋଇଥିଲେ ମଧ୍ୟ ୨୦୦୯ରେ ଏକାମ୍ର ଭୁବନେଶ୍ୱର ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ।

 

Comments are closed.