Odisha Link
Bridging the Missing Links in Odisha

ଦୀପିକାଙ୍କ ହାତରୁ ଚାଲିଯିବକି ବିଜ୍ଞାପନ !

ମୁମ୍ବାଇ: ଦୀପିକାଙ୍କ ଅଭିନୀତ ସିନେମା ଛପାକ ଗତ ଜାନୁଆରୀ ୧୦ ତାରିଖରେ ରିଲିଜ୍‌ ହୋଯାଇଛି । ସିନେମାଟି ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ ହୋଇଛି । କିନ୍ତୁ ଜେଏନୟୁ ବିକ୍ଷୋଭରେ ତାଙ୍କର ବାମପନ୍ଥୀଙ୍କୁ ସମର୍ଥନ କରିବା ନେଇ ବିବାଦ ଆରମ୍ଭ ହୋଇଥିଲା।

ବିଜେପି ସମର୍ଥକମାନେ ଦୀପିକାଙ୍କର ଏଭଳି ପଦକ୍ଷେପକୁ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଲେ। ଏଥିସହ ସୋଶାଲ୍‌ ମିଡିଆରେ ତାଙ୍କ ସିନେମା ‘ଛପାକ’କୁ ବର୍ଜନ କରିବା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ। ଏବେ ପୁଣି ଦୀପିକାଙ୍କ ବିଜ୍ଞାପନ ଉପରେ ରୋକ୍‌ ଲଗାଇବାକୁ ଦାବି କରାଗଲାଣି।

ଦୀପିକା ଯେଉଁ ବ୍ରାଣ୍ଡର ବିଜ୍ଞାପନ କରୁଛନ୍ତି ତାଙ୍କୁ ବୟକଟ୍‌ କରିବା ପାଇଁ ଆହ୍ୱାନ ଦିଆଯାଉଛି। ଏପରିକି କମ୍ପାନୀମାନେ ମଧ୍ୟ ଏବେ ତାଙ୍କ ବିଜ୍ଞାପନ ଦେଖାଇବା କମ୍‌ କରିଦେଲେଣି। ଦୀପିକା ଲକ୍ସ ସାବୁନ୍‌ର ବ୍ରାଣ୍ଡ ଆମ୍ବାସାଡର୍‌। ବର୍ତ୍ତମାନ ଲୋକମାନେ ତାଙ୍କୁ ଲକ୍ସର ବିଜ୍ଞାପନରୁ ହଟାଇବାକୁ ଦାବି କରୁଛନ୍ତି । ତେଣୁ ଏବେ ସୋଶାଲ୍‌ ମିଡିଆରେ ‘#ଦୀପିକା_ହଟାଓ_ଲକ୍ସ_ବଚାଓ’ ଟ୍ରେଣ୍ଡ କରୁଛି ।

ବିଜ୍ଞାପନଦାତାଙ୍କ ଅନୁଯାୟୀ ପାଖାପାଖି ୨ ସପ୍ତାହ ପର୍ଯ୍ୟନ୍ତ ମାମଲା ଥଣ୍ଡା ପଡ଼ିବା ଯାଏ ଦୀପିକାଙ୍କ ବିଜ୍ଞାପନ ଉପରେ ରୋକ୍‌ ଲଗାଯିବ। ଦୀପିକା ଲକ୍ସ ସହ ୨୩ଟି ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର୍‌ ଅଛନ୍ତି। ସେଗୁଡ଼ିକ ହେଲା ,ଆକ୍ସିସ୍‌ ବ୍ୟାଙ୍କ ,ଭିସ୍ତାରା ଏୟାର୍‌ଲାଇନ୍ସ ଫିଆମା ଡିଭିଲ୍ସ ସାବୁନ୍‌ , ଲରିୟଲ୍‌, , ତନିସ୍କ, ବ୍ରିଟାନିଆ ଗୁଡିଇ ଡେ’ ।

ସୂଚନା ଅନୁଯାୟୀ ଦୀପିକାଙ୍କର ବାର୍ଷିକ ଆୟ ପାଖାପାଖି ୧୦୩ କୋଟି ଟଙ୍କା। ସେ ସିନେମା ପାଇଁ ୧୦ କୋଟି ନେଉଥିବାବେଳେ ବିଜ୍ଞାପନ ପାଇଁ ୮ କୋଟି ଟଙ୍କା ନିଅନ୍ତି । ତେବେ ଦୀପିକାଙ୍କ ଅଭିନୀତ ବିଜ୍ଞାପନଗୁଡ଼ିକୁ ବିଜ୍ଞାପନଦାତା ମାନେ ପ୍ରସାରଣ କମ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୀପିକାଙ୍କର ଏପରି ସମର୍ଥନ ସିନେମା ସହିତ ବିଜ୍ଞାପନରେ ମଧ୍ୟ ପ୍ରଭାବ ପକାଇଛି ।

Comments are closed.