Odisha Link
Bridging the Missing Links in Odisha

ଦୁଇ ବର୍ଷରେ ୪୬.୦୬ କୋଟିର ନକଲି ନୋଟ୍‌ ଜବତ

ନୂଆଦିଲ୍ଲୀ : ଦୁର୍ନୀତି ଏବଂ ନକଲି ନୋଟ୍ ରୢାକେଟ୍‌ର ମୁକାବିଲା କରିବା ପାଇଁ ସରକାର ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରି ଉନ୍ନତ ସୁରକ୍ଷା ବ୍ୟବସ୍ଥା ଥିବା ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍ ଆଣିଥିଲେ। ସହଜରେ ଏହି ନୋଟ୍‌କୁ ନକଲ କରାଯାଇପାରିବ ନାହିଁ ବୋଲି ସେ ସମୟରେ ସରକାର କହିଥିଲେ। ମାତ୍ର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ସରକାଙ୍କ ପ୍ରତିଶ୍ରୁତି ଭୁଲ ପ୍ରମାଣିତ କରିଛି।

୨୦୧୭ ଓ ୨୦୧୮ରେ ଦେଶରେ ୫୬% ୨୦୦୦ ଟଙ୍କିଆ ନକଲି ନୋଟ୍ ଜବତ ହୋଇଥିବା ବେଳେ ୩.୭% ୫୦୦ ଟଙ୍କିଆ। ୨୦୦୦ ନକଲି ନୋଟ୍‌ ସଂଖ୍ୟା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ଏହି ଦୁଇ ବର୍ଷରେ ମୋଟ ୪୬.୦୬ କୋଟି ଟଙ୍କାର ନକଲି ନୋଟ୍ ଜବତ ହୋଇଥିବା ବେଳେ ସେଥିରୁ ୨୮.୧୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ଜବତ ହୋଇଛି। ଗୁଜରାଟରୁ ସର୍ବାଧିକ ୨୦୦୦ ଟଙ୍କିଆ ନୋଟ୍ ଜବତ ହୋଇଛି। ଏହା ପଛକୁ ରହିଛି ପଶ୍ଚିମବଙ୍ଗ, ତାମିଲନାଡୁ ଓ ଉତ୍ତର ପ୍ରଦେଶ। ବର୍ତ୍ତମାନ ସୁଦ୍ଧା ନକଲି ୨୦୦୦ ଟଙ୍କିଆ ନୋଟ୍ ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପ୍ରବେଶ କରିସାରିଲାଣି। ଝାଡ଼ଖଣ୍ଡ, ମେଘାଳୟ ଓ ସିକିମ୍‌ରେ ଗୋଟିଏ ହେଲେ ବି ନକଲି ୨୦୦୦ ଟଙ୍କିଆ ନୋଟ୍‌ ଜବତ ହୋଇନାହିଁ।

Comments are closed.