Odisha Link
Bridging the Missing Links in Odisha

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା

ଖୋର୍ଦ୍ଧା: ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ବୋଲଗଡ଼ ଥାନା ଭିମପଡା ଛକରେ ବରଯାତ୍ରୀ ବସ୍ ସହ ଚାଉଳ ବୋଝେଇ ଟ୍ରକ୍ ମୁହାମୁହିଁ ଧକ୍କା ହୋଇଛି। ବସ୍‌ରେ ଥିବା ବରଯାତ୍ରୀଙ୍କ ମଧ୍ୟରୁ ସାତଜଣ ଗୁରୁତର ହୋଇଥିବା ବେଳେ ଦଶରୁ ଅଧିକ ସାମାନ୍ୟ ଆହତ ହୋଇଛନ୍ତି ।
ସେମାନଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଖବର ପାଇ ବୋଲଗଡ ଅଗ୍ନିଶମ ବିଭାଗ ଓ ବୋଲଗଡ଼ ଥାନା ପୋଲିସ ପହଞ୍ଚି ଉଦ୍ଧାର କରିଥିଲା। ବସ୍‌ଟି ବରଯାତ୍ରୀ ନେଇ ନୟାଗଡ଼ରୁ କଟକ ଯାଉଥିବାବେଳେ ଚାଉଳ ବୋଝେଇ ଟ୍ରକଟି ଚାଉଳ ନେଇ ଭୁବନେଶ୍ୱରରୁ ନୟାଗଡ ଯାଉଥିଲା।

Comments are closed.