Odisha Link
Bridging the Missing Links in Odisha

ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ୱେନ୍ ଗିଭିଂ ଫାଉଣ୍ଡେସନ ହଲ୍ ଅଫ୍ ରେସିଡେନସର ଉଦ୍‌ଘାଟନ

ଭୁବନେଶ୍ୱର : ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ୱେନ୍ ଗିଭିଂ ଫାଉଣ୍ଡେସନ ଓ ମିସନ୍ ଫର ଭିଜନ୍ ସହଭାଗିତାରେ ପ୍ରଥମ ୱେନ୍ ଗିଭିଂ ଫାଉଣ୍ଡେସନ ହଲ୍ ଅଫ୍ ରେସଡେନସର ଉଦ୍‌ଘାଟନ ହୋଇଛି । ୱେନ୍ ଗିଭିଂ ଫାଉଣ୍ଡେସନର ଏଭଳି ସହାୟତା ଭୁବନେଶ୍ୱର ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲ୍‌ଭିପିଇଆଇ) କ୍ୟାମ୍ପସ ବା ମିଠୁ ତୁଳସୀ ଚାନାରାଇ (ଏମ୍‌ଟିସି) କ୍ୟାମ୍ପସ ଠାରେ ଲୋକମାନଙ୍କୁ ଆବାସିକ ଚକ୍ଷୁ ସେବା ସୁବିଧା ପ୍ରଦାନ କରିପାରିବା ଏହା ଦ୍ୱାରା ଚକ୍ଷୁ ଯତ୍ନ ସେବା ସୁବିଧା ସାରା ଓଡ଼ିଶାକୁ ପ୍ରସାରିତ ହୋଇପାରିବ ।

ଏହାର ଶୁଭାରମ୍ଭ ଅବସରରେ ମତ ପ୍ରଦାନ କରି ଡାକ୍ତର ସୂର୍ଯ୍ୟସ୍ନାତ ରଥ, ନିର୍ଦ୍ଦେଶକ, ଏମ୍‌ଟିସି କ୍ୟାମ୍ପସ, ଏଲ୍‌ଭିପିଇଆଇ ଭୁବନେଶ୍ୱର କହିଛନ୍ତି ଯେ, ମିସନ ଫର୍ ଭିଜନର ସହଭାଗିତାରେ ୱେନ୍ ଗିଭିଂ ଫାଉଣ୍ଡେସନର ସହାୟତା ଦ୍ୱାରା ଆମେ ସମସ୍ତ ଆଲାଏଡ୍ ଅପ୍‌ଥାଲ୍‌ମିକ୍ ପର୍ସୋନେଲ (ଏଓପି) ରୋଗୀମାନଙ୍କୁ ଏମ୍‌ଟିସି କ୍ୟାମ୍ପସ ପରିସରରେ ରଖିପାରିବୁ ।

ଏମ୍‌ଟିସିରେ କରାଯାଉଥିବା ସଂପ୍ରସାରଣକୁ ଦୃଷ୍ଟିରେ ରଖି ଏହା କରାଯାଇଛି ଏବଂ ଜୁଲାଇ ୨୦୨୦ରେ ଏକ ଆଧୁନିକ ଅପରେସନ ରୁମ୍ ପରିସର ଉଦ୍‌ଘାଟନ କରିବାର ଯୋଜନା ରହିଛି । ହଷ୍ଟେଲର ସଂପ୍ରସାରଣ ସହିତ ଆମେ ସମସ୍ତ ତାଲିମ୍‌ଧାରୀମାନଙ୍କୁ ନିରାପଦ ଓ ସୁରକ୍ଷିତ ପରିବେଶ ପ୍ରଦାନ କରିପାରିବୁ । ସେମାନେ କାର୍ଯ୍ୟ ସମୟ ପରେ ଲାଇବ୍ରେରୀ ଓ ସମ୍ବଳ କେନ୍ଦ୍ରର ସୁବିଧା ମଧ୍ୟ ପାଇପାରିବେ ।

ଯୁବବର୍ଗ ବିଶେଷ କରି ମହିଳାମାନଙ୍କ ଜୀବନରେ ଖୁସି ଓ ସୁଖ ଆଣିବା ହେଉଛି ୱେନ୍ ଗିଭିଂର ଲକ୍ଷ୍ୟ । ଆମେ ଏଲ୍‌ଭିପିଇଆଇ ଓ ଏମ୍‌ଏଫ୍‌ଭି ସହିତ ସହଭାଗିତାରେ ଏହି ହଲ୍ ଅଫ୍ ରେସିଡେନ୍‌ସର ଶୁଭାରମ୍ଭ କରିପାରିଥିବାରୁ ଅତ୍ୟନ୍ତ ଗର୍ବିତ ମନେ କରୁଛୁ । ଆମେ ଆଶା କରୁଛୁ ଏଠାରେ ରହୁଥିବା ଲୋକମାନଙ୍କୁ ଓ ସେମାନେ ସେବା ପ୍ରଦାନ କରୁଥିବା ଲୋକମାନଙ୍କୁ ଏହା ଏକ ସୁଯୋଗ ପ୍ରଦାନ କରିପାରିବ ।

ୱେନ୍ ପରିବାର ୧୯୬୦ ମସିହାରୁ ସକ୍ରିୟ ଭାବରେ ଏପରି ଦାତବ୍ୟ କାର୍ଯ୍ୟରେ ନିୟୋଜିତ । ଏହାର ଲକ୍ଷ୍ୟ ହେଉଛି ଦରିଦ୍ର ଓ ସାଧାରଣ ସୁବିଧାରୁ ବଂଚିତ ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା । ଚିଉ ଚି ୱେନ୍ ଓ ମେଇ ୱେନ୍‌ଙ୍କ ପରାମର୍ଶ କ୍ରମେ, ଏହି ଫାଉଣ୍ଡେସନ କ୍ରମାଗତ ଭାବରେ ବିଭିନ୍ନ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନୁକମ୍ପାମୂଳକ ପ୍ରକଳ୍ପ ଜରିଆରେ ଏସିଆର ୧୦ରୁ ଅଧିକ ଦେଶରେ କାର୍ଯ୍ୟ କରୁଛି ।

ସାଧାରଣ ସୁବିଧାରୁ ବଂଚିତ ଲୋକମାନଙ୍କୁ ସହାୟତା କରି ଜୀବନକୁ ସରଳ କରିବା ନିମନ୍ତେ ସେମାନେ କ୍ରମାଗତ ଭାବରେ କାର୍ଯ୍ୟ କରିଆସୁଛନ୍ତି । ଚକ୍ଷୁ ଯତ୍ନ କ୍ଷେତ୍ରରେ ଏଓପିର ଗୁରୁତ୍ୱ ଓ ଆବଶ୍ୟକତାକୁ ସ୍ୱୀକାର କରାଯାଉଛି । ସହଳ ଚିହ୍ନଟ, ରେଫରାଲ୍ ଓ ଚିକିତ୍ସା ମାଧ୍ୟମରେ ଅନେକ ଦୃଷ୍ଟିଜନିତ ସମସ୍ୟାକୁ ସଫଳ ଭାବରେ ଚିକିତ୍ସା କରାଯାଇପାରିବ ।

କେବଳ ସେବା ସୁବିଧାର ଅଭାବ ନୁହେଁ ବରଂ ଆବଶ୍ୟକ ସଂଖ୍ୟକ ସେବିକାର ଅଭାବ ଥିବାରୁ ପ୍ରତିକାର ଓ ଆରୋଗ୍ୟ ସମ୍ଭାବନା ଥିବା ଅନ୍ଧତ୍ୱକୁ ଦୂର କରିବା ପାଇଁ ଗୁଣାତ୍ମକ ସେବା ସଠିକ ଭାବେ ପ୍ରଦାନ କରାଯାଇ ପାରୁନାହିଁ । ଏଭଳି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଆବାସିକ ସୁବିଧାକୁ ପ୍ରତିଷ୍ଠା କରାଯାଇଛି ବୋଲି କହିଛନ୍ତି ଏଲିଜାବେଥ୍ କ୍ୟୁରିଆନ୍‌, ମିସନ୍ ଫର୍ ଭିଜନ୍‌ର ଚିଫ୍‌ ଏକ୍‌ଜିକ୍ୟୁଟିଭ୍ ଅଫିସର ।

ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସମ୍ବନ୍ଧରେ

ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲ୍‌ଭିପିଇଆଇ) ହାଇଦ୍ରାବାଦଠାରେ ୧୯୮୭ରେ ଏକ ଅଣଲାଭକାରୀ, ଅଣ-ସରକାରୀ, ଜନହିତକାରୀ ଚକ୍ଷୁ ସେବା ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠା କରାଯାଇଥିଲା । ଏଲ୍‌ଭିପିଇଆଇ ଦୁଇଟି ଟ୍ରଷ୍ଟ ଦ୍ୱାରା ପରିଚାଳିତ ଯାହା ହାଇଦ୍ରାବାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ହାଇଦ୍ରାବାଦ ଚକ୍ଷୁ ଗବେଷଣା ଫାଉଣ୍ଡେସନ ।

ଏହି ପ୍ରତିଷ୍ଠାନଟି ହେଉଛି ଅନ୍ଧତ୍ୱ ଦୂରୀକରଣ ଓ ଭିଜନ ୨୦୨୦ ଉଦ୍ଦେଶ୍ୟରେ ଏକ ଗ୍ଲୋବାଲ୍ ରିସୋର୍ସ କେନ୍ଦ୍ର । ଦି ରାଇଟ୍ ଟୁ ସାଇଟ୍ ଇନିସିଏଟିଭ୍‌, ଏଲ୍‌ଭିପିଇଆଇର ଦଶଟି ସକ୍ରିୟ କ୍ଷେତ୍ର ରହିଛି ଯଥା : କ୍ଲିନିକାଲ୍ ସେବା, ଶିକ୍ଷା, ଗବେଷଣା, ଦୃଷ୍ଟିଶକ୍ତି ପୁନଃଥଇଥାନ, ଗ୍ରାମୀଣ ଓ ଗୋଷ୍ଠୀ ଚକ୍ଷୁ ସ୍ୱାସ୍ଥ୍ୟ, ଚକ୍ଷୁ ବ୍ୟାଙ୍କ, ପକ୍ଷପୋଷଣ ଓ ନୀତିର ଯୋଜନା ।

ଏଲ୍‌ଭିପିଇଆଇର ପିରାମିଡ୍ ଭିିକ ମଡେଲ୍ ନେଟ୍‌ୱର୍କର ଉତ୍କର୍ଷ କେନ୍ଦ୍ର ହାଇଦ୍ରାବାଦଠାରେ ରହିଛି । ଏହା ସହିତ ୩ଟି କ୍ଷେତ୍ରୀୟ କେନ୍ଦ୍ର ଯଥାକ୍ରମେ ଭୁବନେଶ୍ୱର, ବିଶାଖାପାଟଣା ଓ ବିଜୟୱାଡ଼ାଠାରେ ରହିଛି । ୨୦ଟି ମଧ୍ୟମସ୍ତରୀୟ ଓ ୧୮୩ଟି ପ୍ରାଥମିକ ଭିଜନ ସେର ଯାହାକି ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ କର୍ଣ୍ଣାଟକ ରାଜ୍ୟରେ ରହିଛି ।

ମିସନ୍ ଫର ଭିଜନ୍ ସମ୍ବନ୍ଧରେ

ମିସନ୍ ଫର ଭିଜନ୍ (ଏମ୍‌ଏଫ୍‌ଭି) ହେଉଛି ଏକ ଅଣ-ଲାଭଦାୟକ ଅନୁଷ୍ଠାନ । ଏହାକୁ ୨୦୦୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହାର ଲକ୍ଷ୍ୟ ହେଉଛି ଉଚ୍ଚମାନର ତଥା ସଠିକ ଚକ୍ଷୁ ସ୍ୱାସ୍ଥ୍ୟ ଯତ୍ନ ଓ ଚିକିତ୍ସା ମାଧ୍ୟମରେ ସମାଧାନ ଯୋଗ୍ୟ ଦୃଷ୍ଟି ସମସ୍ୟାର ଚିକିତ୍ସା । ଏମ୍‌ଭିଏଫ୍ ଭାରତର ୧୭ଟି ରାଜ୍ୟରେ ୩୩ଟି ପ୍ରତିଷ୍ଠିତ ଚକ୍ଷୁ କେନ୍ଦ୍ରରେ କାର୍ଯ୍ୟ କରୁଛି । ଏହା ଦ୍ୱାରା ବାର୍ଷିକ ଦେଶର ୧୦୦ ରୁ ଅଧିକ ଜିଲ୍ଲାରେ ସକାରାତ୍ମକ ପ୍ରଭାବ ପଡ଼ିପାରୁଛି । ଏହା ମଧ୍ୟ ନାଇଜେରିଆ ଓ ଭୁଟାନରେ କାର୍ଯ୍ୟ କରୁଛି ।

ୱେନ୍ ଗିଭିଂ ଫାଉଣ୍ଡେସନ ସମ୍ବନ୍ଧରେ

ୱେନ୍ ପରିବାର ପୁଆନ୍ ୱେନ୍‌ଙ୍କ ସମୟରୁ ଅର୍ଥାତ ୧୯୬୦ ମସିହାରୁ ଉଦାରତା ତଥା ପରୋପକାରମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସୁଛି । ୱେନ୍ ଗିଭିଂ, ଚିଉ ଚି ୱେନ୍ ଓ ମେଇ ୱେନ୍‌ଙ୍କ ପରାମର୍ଶରେ ପରିଚାଳିତ । ଏହା ଏସିଆର ୧୦ ରୁ ଅଧିକ ଦେଶରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନେକ ମାନବିକତାମୂଳକ ପ୍ରକଳ୍ପରେ କାର୍ଯ୍ୟ କରୁଛି ।

ସମାଜର ଦରିଦ୍ର ଓ ସାଧାରଣ ସୁବିଧା ସୁଯୋଗରୁ ବଂଚିତ ପରିବାରର ଜୀବନଧାରଣ ମାନରେ ଉନ୍ନତି ଆଣିବା ହେଉଛି ୱେନ୍ ଗିଭିଂର ଲକ୍ଷ୍ୟ । ଏହା ବିଭିନ୍ନ ଗୋଷ୍ଠୀର ଦୀର୍ଘକାଳୀନ ବିକାଶ ସହିତ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିବାରେ ସହାୟତା କରିଥାଏ । ଏହାର ପ୍ରତିଟି ପ୍ରକଳ୍ପ ନୈତିକ, ସ୍ୱଚ୍ଛ ଓ ଦାୟୀତ୍ୱସମ୍ପନ୍ନ ଟିମ୍ ଦ୍ୱାରା ପରିଚାଳିତ ହୋଇଥାଏ ।

Comments are closed.